କୃଷି ଆଇନକୁ ବିରୋଧ କରି ପୁରସ୍କାର ଫେରାଇବେ ୩୦ ଖେଳାଳି-shaksi news

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଛି ।ଏହାକୁ ନେଇ ଆସନ୍ତା ୮ ତାରିଖରେ କୃଷକ ନେତାମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏଭଳି ପରିସ୍ଥିତିରେ ଆଜି କୃଷି ଆଇନ ବିରୋଧରେ ୩୦ଜଣ ଖେଳାଳି ରାସ୍ତାକୁ ଓହ୍ଲାଇଛନ୍ତି।

ଏହାସହ ଖେଳାଳିମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ କୃଷି ବିଲକୁ ଫେରାଇ ନେବା ଦାବି କରିଛନ୍ତି।୩୦ଜଣ ଖେଳାଳି ପୁରସ୍କାର ଫେରାଇବାକୁ ରାଷ୍ଟ୍ରପତି ଭବନ ଯାଉଥିଲେ। ଏହି ସମୟରେ ଦିଲ୍ଲୀ ପୁଲିସ ସଂପୃକ୍ତ ଖେଳାଳିମାନଙ୍କୁ ଅଟକାଇ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ରେସଲର କରତାର ସିଂ କହିଛନ୍ତି ଯେ ଆମେ ୩୦ଜଣ ଖେଳାଳି ପଞ୍ଜାବରୁ ପୁରସ୍କାର ଫେରାଇବାକୁ ଚାହୁଁଛୁ।ଏନେଇ ଏକ ଟ୍ୱିଟ କରିଛନ୍ତି