ଭାରତ ପର୍ଯ୍ୟଟନ ଦିଲ୍ଲୀ ପର୍ଯ୍ୟଟନ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗଦିବସ-୨୦୨୫ ଅବସରରେ ୨୧ଜୁନ ୨୦୨୫ ସକାଳ ୬ଟାରୁ ୮ ପର୍ଯ୍ୟନ୍ତ କୁତବମିନାର(ୟୁନେସ୍କୋ ବିଶ୍ୱ ଐତିହ୍ୟ) ପରିସରରେ ପ୍ରତିଷ୍ଠିତ ସନ୍ ଡାଏଲ୍ ଲନ୍ରେ ସାମୁହିକ ଯୋଗ ଅଧିବେଶନର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମ ଦେଶର କାଳଜୟୀ ସୁସ୍ଥତା ଐତିହ୍ୟ ଏବଂ ବିଶ୍ୱ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତା ଉପଲକ୍ଷେ ପାଳନ କରାଯାଉଛି ।
ଚଳିତବର୍ଷର ବାର୍ତ୍ତା ରହିଛି, “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଯାହା ମାନବ କଲ୍ୟାଣ ଏବଂ ପରିବେଶ ସନ୍ତୁଳନ ମଧ୍ୟରେ ଗଭୀର ସମ୍ପର୍କକୁ ରେଖାଙ୍କିତ କରୁଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୋଗକୁ ଶାରୀରିକ ଜୀବନ୍ତତା, ମାନସିକ ସ୍ପଷ୍ଟତା, ଭାବନାତ୍ମକ ଶାନ୍ତି ଏବଂ ଆଧ୍ୟାତ୍ମିକ ସୌହାର୍ଦ୍ଧ୍ୟ ପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବରେ ପ୍ରୋତ୍ସାହିତ କରିବା- ଯାହା ଏକ ସ୍ଥାୟୀ ଓ ସୁସ୍ଥ ବିଶ୍ୱକୁ ପ୍ରୋତ୍ସାହିତ କରିବାର ଆବଶ୍ୟକ ଅଟେ ।
ଅପେକ୍ଷାରତ ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଛନ୍ତି:
- ଶ୍ରୀ ଗଜେନ୍ଦ୍ର ସିଂ ଯାଦବ, ମାନ୍ୟବର ବିଧାନସଭା ସଦସ୍ୟ (ଏମ୍ଏଲ୍ଏ)
- ଶ୍ରୀ ଲକ୍ଷ୍ୟ ସିଂଘଲ, ଆଇ. ଏ. ଏସ୍., ଜିଲ୍ଲା ମାଜିଷ୍ଟ୍ରେଟ୍, ଦକ୍ଷିଣ ଦିଲ୍ଲୀ
- ସୁଶ୍ରୀ ପ୍ରିୟଙ୍ଗା ବିକ୍ରମସିଂଘେ, ଡେପୁଟି ହାଇ କମିଶନର, ଶ୍ରୀଲଙ୍କା ଦୂତାବାସ
- ସୁଶ୍ରୀ ୱାଥସଲା ଅମରସିଂଘେ, ମନ୍ତ୍ରୀ ପରାମର୍ଶଦାତା, ଶ୍ରୀଲଙ୍କା ଦୂତାବାସ
- ମାଲେସିଆରୁ ସ୍ୱତନ୍ତ୍ର ଅତିଥିଗଣ।
ଏହି ଅଧିବେଶନର ସଞ୍ଚାଳନ ପ୍ରସିଦ୍ଧ ଯୋଗଗୁରୁ ଶ୍ରୀ ଗୋପାଳ ଋଷି ଏବଂ ତାଙ୍କ ଦଳ ଦ୍ୱାରା ପରିଚାଳିତ କରାଯିବ, ଯେଉଁ ଅଂଶ ଗ୍ରହଣକରି ମାନଙ୍କୁ ଶାରୀରିକ ଶକ୍ତି, ମାନସିକ ସୁସ୍ଥତା ଏବଂ ଆଭ୍ୟନ୍ତରୀଣ ଶାନ୍ତି ବୃଦ୍ଧି କରିବା ପାଇଁ ପରିକଳ୍ପିତ କରାଯାଇଥିବା ସମସ୍ତ ଯୋଗ ଅଭ୍ୟାସଗୁଡିକୁ ଶୃଙ୍ଖଳିତ ମାଧ୍ୟମରେ ମାର୍ଗଦର୍ଶନ କରିବେ ।
ଯେଉଁମାନ ଏଥିରେ ସାମିଲ ଅଛନ୍ତି:
ଏହି କାର୍ଯ୍ୟକ୍ରମରେ 400 ରୁ ଅଧିକ ବ୍ୟକ୍ତି ଉତ୍ସାହର ସହିତ ଅଂଶଗ୍ରହଣ କରିବେ,
ଭାରତୀୟ ଟୁର ଅପରେଟର ସଂଘ(ଆଇଏଟିଓ)ର ସଦସ୍ୟ
- ଆସୋସିଏସନ ଅଫ ଡୋମୋଷ୍ଟିକ୍ ଟୁର ଅପରେଟରସ୍ ଅଫ ଇଣ୍ଡିଆ(ଏଡିଟିଓଆଇ)
- ଟ୍ରାଭେଲ ଏଜେଣ୍ଟସ୍ ଆସୋସିଏସନ ଅଫ ଇଣ୍ଡିଆ(ଟିଏଏଆଇ)
- ଆଞ୍ଚଳିକ ସ୍ତରର ପର୍ଯ୍ୟଟକ ଗାଇଡ୍, ଯୁବ ପର୍ଯ୍ୟଟନ କ୍ଲବର ଛାତ୍ରଛାତ୍ରୀ, ତଥା ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା (ଆଇ.ଏଚ.ଏମ.)ର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ
- ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏ.ଏସ.ଆଇ.) ପର୍ଯ୍ୟଟନ ମନ୍ତ୍ରଣାଳୟର ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣମାନେ
ପ୍ରମୁଖ ପର୍ଯ୍ୟଟନ ଅଂଶୀଦାର, ଶିଳ୍ପ ବୃତ୍ତିଧାରୀ ଏବଂ ଛାତ୍ରମାନଙ୍କ ସକ୍ରିୟ ଅଂଶଗ୍ରହଣ ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଂରକ୍ଷଣ ସହିତ ସୁସ୍ଥତାକୁ ଏକୀକୃତ କରିବା ପାଇଁ ଏକ ବ୍ୟାପକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଐତିହ୍ୟରେ ଯୋଗ-ବିଶ୍ୱ ପାଇଁ ବାର୍ତ୍ତା
କୁତୁବମିନାରର ଐତିହାସିକ ପୃଷ୍ଠଭୂମିରେ ଯୋଗ ପାଳନ କରିବା ଭାରତର ଆଧ୍ୟାତ୍ମିକ ପରମ୍ପରାର ଐତିହ୍ୟ ଏବଂ ବିଶ୍ୱ ସ୍ତରରେ ସାମଗ୍ର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ ଦେବାରେ ଏହାର ନେତୃତ୍ୱର ପ୍ରତୀକ ଅଟେ । ଏହି କାର୍ଯ୍ୟକ୍ରମ ସୁସ୍ଥତା ପର୍ଯ୍ୟଟନ ପାଇଁ ନିଜକୁ ଏକ ବୈଶ୍ୱିକ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରିବାରେ ଭାରତର ଦୃଷ୍ଟିକୋଣ ସହିତ ମଧ୍ୟ ମେଳ ଖାଉଛି ।