ଏୟାର ଇଣ୍ଡିଆ ନାଁ ଶୁଣିବା ମାତ୍ରେ ଡରି ଯାଉଛନ୍ତି ଯାତ୍ରୀ

ଗତକାଲି ଏୟାର ଇଣ୍ଡିଆର ଗୋଟିଏ ବିମାନ ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଆସୁଥିବା ସମୟରେ ମଝି ଆକାଶରେ ୬ ଜଣ ପରିଚାରିକା ଓ ୫ ଜଣ ହଠାତ୍ ବେମାରରେ ପଡ଼ି ଯାଇଛନ୍ତି । ବିମାନ ଭିତରେ ଉପଲବ୍ଧ ଇଡିଲି ଓ ଚଟଣୀ ଖାଇବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ବିମାନ ଭିତରେ ଚାହିଦା ମୁତାବକ ଅମ୍ଳଜାନ ଅଭାବ କାରଣରୁ କିଛି ଯାତ୍ରୀଙ୍କ ଶ୍ୱାସକ୍ରିୟା ବାଧା ପ୍ରାପ୍ତ ହୋଇଥିଲା ।

ଏୟାର ଇଣ୍ଡିଆ କର୍ତୃପକ୍ଷ ବିଷାକ୍ତ ଖାଦ୍ୟ ପ୍ରତିକ୍ରିୟାକୁ ଦାୟୀ କରି ଘଟଣାକୁ ଚପାଇ ଦେବାକୁ ବସିଛନ୍ତି । କିଛିଦିନ ଧରି ଏୟାର ଇଣ୍ଡିଆ ଉପରେ ବକ୍ର ଦୃଷ୍ଟି ପକାଇଛନ୍ତି ଗ୍ରହରାଜ ଶନି । ଯାବତୀୟ ଅଭାବ ଅସୁବିଧା ଭିତରେ ଏୟାର ଇଣ୍ଡିଆକୁ ସଫଳତାର ଶୀର୍ଷରେ ପହଂଚାଇବାକୁ ଚାହୁଁଥିବା ଟାଟା ଗ୍ରୁପ୍‌କୁ ନିରାଶ ହେବାକୁ ପଡ଼ିଛି । ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ନିକଟରେ ରହିଥିବା ସବୁ ବିମାନର ସ୍ୱାସ୍ଥ୍ୟାବସ୍ଥା ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଏୟାର ଇଣ୍ଡିଆର ଗୋଟିଏ ପରେ ଗୋଟିଏ ବିମାନର ଛୋଟ ଛୋଟ ଯାନ୍ତ୍ରିକ ତ୍ରୁଟି ସରକାରଙ୍କ ଦୃଷ୍ଟିରେ ପଡୁଛି । ଦଦରା ବିମାନକୁ ଚଳାଇବା ଏବେ ଦକ୍ଷ ପାଇଲଟଙ୍କ ପାଇଁ ମୁଖ୍ୟ ଚାଲେଞ୍ଜ ହୋଇଛି ।