ଦେଶରେ ନୂଆ ୩୨ ହଜାର ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୨ ହଜାର ୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩୫ ହଜାର ୮୫୦ ଛୁଇଁଛି। ଏହାସହ କରୋନାରେ ପୁଣି ୪୦୨ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତକଙ୍କ ସଂଖ୍ୟା ୧୧ ଲକ୍ଷ ୪୧ ହଜାର ୩୬୦ ଛୁଇଁଛି। କେନ୍ଦ୍ର ସ୍ବ‌ାସ୍ଥ୍ୟ ଓ ପରିିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି।

ସେପଟେ ଏବେ ସୁଦ୍ଧା ସୁୁସ୍ଥ ହୋଇ ସାରିଲେଣି ୯୨ ଲକ୍ଷ ୧୫ ହଜାର ୫୮୧ ଜଣ ଓ ସକ୍ରିିୟ ଅଛନ୍ତି ୩ ଲକ୍ଷ ୭୮ ହଜାର ୯୦୯ ଜଣ। ସେହିପରି ମୁତାବକ ଏବେ ସୁଦ୍ଧା ସମୁଦ‌ାୟ ୧୪ କୋଟି ୯୮ ଲକ୍ଷ ୩୬ ହଜାର ୭୬୭ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି। କେବଳ ଗତକାଲି ୧୦ ଲକ୍ଷ ୨୨ ହଜାର ୭୧୨ ନମୁନା ପରୀକ୍ଷା ହୋଇଥିବା ସୂଚନା ରହିଛି।