ମୁଖ୍ୟମନ୍ତ୍ରୀଙ୍କ ବନ୍ୟପ୍ରାଣୀ ପ୍ରୀତି-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିବା ଜଣାପଡ଼ିଛି । ୨୦୧୮ରେ ୨ଟି ବାଘ ମଧ୍ୟପ୍ରଦେଶରୁ ଓଡ଼ିଶା ଆସିଥିଲା । ସେମାନଙ୍କ ମଧ୍ୟରେ ଓଡ଼ିଶା ଆସିଥିବା ବାଘୁଣୀ ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତାପ୍ରକଟ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନେଇ ଶିବରାଜ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି ।

ଶିବରାଜ ଚିଠିରେ ସୁନ୍ଦରୀକୁ ଅନୁକୂଳ ପରିବେଶରେ ରଖିବା ପାଇଁ ଲେଖିଛନ୍ତି। ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭକୁ ସୁନ୍ଦରୀ ଫେରିବା ପର୍ଯ୍ୟନ୍ତ ତା’ର ଦେଖାଶୁଣା ଠିକଭାବେ କରିବାକୁ ସେ ଅନୁରୋଧ କରିଛନ୍ତି। ବାଘ ମହାବୀରର ମୃତ୍ୟୁ ପରେ ବାଘୁଣୀ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଥିଲା। ଜଣେ ମୁଖ୍ୟମନ୍ତ୍ରୀଙ୍କର ବନ୍ୟପ୍ରାଣୀଙ୍କ ପ୍ରତି ଏଭଳି ଭଲପାଇବା ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ପ୍ରଶଂସାର ପାତ୍ର କରାଇଛି।