ସାବଧାନ: ଆପଣଙ୍କ ଅଗୋଚରରେ ଖରାପ ହେଉଛି କିଡ୍‌ନୀ ! 

ଶରୀରରୁ ଆବଶ୍ୟକ ପରିମାଣର କାଲସିୟମ, ଫସ୍‌ଫରସ୍ ବାହାରିଯିବା ଜରୁରୀ ତା’ ନହେଲେ ଆମ ହାତଗୋଡ଼ କୁଣ୍ଡାଇ ହୋଇଥାଏ । ହାତଗୋଡ଼ କୁଣ୍ଡାଇ ହେବାର ମାନେ ଆମ କିଡ୍‌ନୀ ପ୍ରତି ବିପଦ ସୃଷ୍ଟି ହୋଇଛି । କିଡ୍‌ନୀ ଆମ ଶରୀରର ଗୁରୁ୍‌ତ୍ୱପୂର୍ଣ୍ଣ ଅଙ୍ଗ । ତାକୁ ଆଦୌ ଅବହେଳା କରନ୍ତୁନି ।

ପରିସ୍ରା ରଙ୍ଗ ହଳଦିଆ ଅଛି କି? ଅଧିକ ପରିମାଣର ପାଣି ପିଅନ୍ତୁ । ପରିସ୍ରା ଧଳା ଦିଶିବା ଜରୁରୀ । ଅଧିକ ପରିମାଣର ପାଣି ପିଇବା ଫଳରେ କିଡ୍‌ନୀ କୋଷିକାଗୁଡ଼ିକ ପରିଷ୍କାର ରହିବ । ପରିସ୍ରା ରଙ୍ଗ ବଦଳୁ ନଥିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ରକ୍ତରୁ ବିଷାକ୍ତ ପଦାର୍ଥ ବାହାରୁ ନଥିଲେ, ଆମର କାର୍ଯ୍ୟ କରିବାର କ୍ଷମତା କମିଯିବ । ସାମାନ୍ୟ ପରିଶ୍ରମ ପରେ ଆମେ ହାଲିଆ ଅନୁଭବ କରିଥାଉ । ଆମ ଶରୀରରେ ଲୋହିତ ରକ୍ତକଣିକା ତିଆରି ହୋଇପାରେନା । ୫୫ ବର୍ଷ ବୟସ ପରେ ପ୍ରତି ଲୋକ କିଡ୍‌ନୀ ପ୍ରତି ଅଧିକ ଯତ୍ନବାନ ରହିବା ଜରୁରୀ । ସାମାନ୍ୟ ହାଲିଆ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ଯଦି କିଡ୍‌ନୀ ଆମ ଶରୀରରୁ ଦରକାର ମୁତାବକ ସୋଡିୟମ ଓ ବିଷାକ୍ତ ତରଳ ପଦାର୍ଥ ବାହାର କରିବାକୁ ସକ୍ଷମ ନହୁଏ, ତେବେ ତା’ର ପ୍ରଭାବ ଆମ ଆଖିରେ ଅଧିକ ପରିମାଣର ନେଞ୍ଜେରା ଦେଖିବାକୁ ମିଳେ । ଗୋଡ଼ରୁ ସର୍ବଦା ଝାଳ ବାହାରିଥାଏ । ଏପରି ଉପସର୍ଗ ଆପଣଙ୍କ ଶରୀରରେ ଦେଖିବା ମାତ୍ରେ କାଳବିଳମ୍ବ ନକରି ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।