ରାଜ୍ୟରେ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୨୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୬୩ ହେଉଛି ଲୋକାଲ୍ କେସ୍‌।ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟର ୨୮ ଜିଲ୍ଲା ସମେତ ଷ୍ଟେଟ ପୁଲ୍‌ରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୭, ମୟୂରଭଞ୍ଜରୁ ୩୧, ଅନୁଗୁଳରୁ ୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୨୫, ବଲାଙ୍ଗିର, କଟକରୁ ୨୨ ଲେଖାଏ , ବାଲେଶ୍ୱର, ବରଗଡ଼ରୁ ୨୦ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୧୭, କଳାହାଣ୍ଡିରୁ ୧୩, ନୂଆପଡ଼ା, କେନ୍ଦ୍ରାପଡ଼ାରୁ ୧୨, ଜଗତସିଂହପୁର, ଝାରସୁଗୁଡ଼ା, କେନ୍ଦୁଝରରୁ ୭, ଗଜପତିରୁ ୪, ଯାଜପୁର, ନୟାଗଡ଼,ଭଦ୍ରକରୁ ୩ ଲେଖାଏ , ସୋନପୁର, ରାୟଗଡ଼ା, କନ୍ଧମାଳ, ଗଜପତିରୁ ୨ ଲେଖାଏ, , ମାଲକାନଗିରିରୁ ୫ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ଗତ ୨୪ ଘଂଟାରେ ରାଜ୍ୟରେ ୩ଟି ଜିଲ୍ଲାରୁ ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି ।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ୨ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ ଜେଣ ୭୪ ବର୍ଷୀୟ ବୃଦ୍ଧ ଏବଂ ୪୯ ବର୍ଷୀୟ ମହିଳା ଅଛନ୍ତି । ସେହିପରି ପୁରୀ ଜିଲ୍ଲାରୁ କରୋନାରେ ଆକ୍ରାନ୍ତ ହୋଇ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି ।

ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୧୬ ହଜାର ୯୭୦ ଜଣ। ଏବେ ବି ସକ୍ରିୟ ଅଛନ୍ତି ୩୪୮୭ ଜଣ।