୨୦୨୪ ଲୋକସଭା ନିର୍ବାଚନ: ୧୫ ଲକ୍ଷ ନକଲି ଭୋଟର ବଳରେ ଜିତିଛି ବିଜେପି!
୨୦୨୪ ଲୋକସଭା ନିର୍ବାଚନରେ ବ୍ୟାପକ ହେରଫେର କରାଯାଇଥିବା ବିଷୟ କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ରାହୁଲ କହିଛନ୍ତି, ନକଲି ଭୋଟର ବଳରେ ବିଜେପି ଲୋକସଭା ନିର୍ବାଚନ ଜିତିବାର ଶତକଡ଼ା ଶହେ ଭାଗ ପ୍ରମାଣ ଆମ ହାତରେ ଅଛି ।
ଦେଶର ନିର୍ବାଚନ ଆୟୋଗ ଆଉ ନିରପେକ୍ଷତାର ସହ ନିର୍ବାଚନ କରିପାରୁନି । ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରୁଥିବା କମିଟିରେ ଶାସକ ଦଳର ଦୁଇଜଣ ସଭ୍ୟ ଅଛନ୍ତି । ଫଳରେ କ୍ଷମତାସୀନ ମେଂଟକୁ ସୁହାଇବା ଭଳି ଲୋକଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରାଯାଉଛି ।
ନିର୍ବାଚନ ଆୟୋଗର ସବୁ ଜାଲିଆତି କାରସାଦି ଆଉ ଆମକୁ ଅଛପା ନାହିଁ । ନିର୍ବାଚନ କମିଶନକୁ ହାତ ମୁଠାରେ ରଖି ବିଜେପି ଭୋଟର ତାଲିକାରେ ୧୫ ଲକ୍ଷ ନକଲି ଭୋଟରଙ୍କୁ ପଞ୍ଜୀକୃତ କରିଥିଲା । ନକଲି ଭୋଟରଙ୍କ ବଳରେ ମୋଦିଜୀ ପ୍ରଧାନମନ୍ତ୍ରୀ କ୍ଷମତା ଉପଭୋଗ କରୁଛନ୍ତି । କଂଗ୍ରେସର ସବୁ ଅଭିଯୋଗକୁ ହସି ଉଡାଇ ଦେଇଛି ବିଜେପି । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ।