ନୂଆଦିଲ୍ଲୀ : ୫୫ ବର୍ଷ ପରେ ଭାରତ ଓ ବାଂଗଲାଦେଶ ମଧ୍ୟରେ ଟ୍ରେନ ଚଳା ଚଳ ହେବ । ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ଏହି ଉଦଘାଟନ ହେବ ।

ତେବେ ଦୁଇ ଦେଶ ମଧ୍ୟରେ କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କ ଖରାପ ହେବା ପରେ ବନ୍ଦ ରହିଥିଲା । ହେଲେ ଏବେ ଏନଏଫଆରର ପ୍ରମୁଖ ଜନ ସଂପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି କି ଡିସେମ୍ବର ୧୭ ତାରିଖ ଦିନ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଏହି ଲାଇନରେ ରେଳ ଚଳା ଚଳ ପାଇଁ ରେଳ ଲାଇନର ଉଦ୍ଘାଟନ କରିବେ । ସୂୁଭାନ ଚନ୍ଦା ଆହୁରି କହିଛନ୍ତି କି ଉଦଘାଟନ ପରେ ଚିଲହଟୀରୁ ହଲଦିବାଡି ଯାଏ ଏବେ ମାଲ ଗାଡି ଚଳା ଚଳ କରିବ ।
ବାଂଗଲାଦେଶ ଏହି ରେଳ ଲାଇନ ଟି ଏନଆରଏଫ୍ କଟିହାର ଅଧିନରେ ଯାଉଛି। କଟିହାରର ପ୍ରମୁଖ ରେଳ ପ୍ରବନ୍ଧକ ରବିନ୍ଦ୍ର କୁମାର ବର୍ମା କହିଛନ୍ତି କି ଯେ ଏହି ରେଳ ଲାଇନରେ ଯାତ୍ରୀବାହି ଟ୍ରେନ ଚଳା ଚଳ ହେବା ପରେ ଜଳପାଇଗୁଡି ଯାଉଥିବା ଯାତ୍ରୀଙ୍କୁ କେବଳ ୭ ଘଂଟା ସମୟ ଲାଗିବ । ହେଲେ ଏବେ ୧୨ ଘଂଟା ସମୟ ଲାଗୁଛି ।ଏନଆରଏଫ୍ ର ସୂଚନା ମୁତାବକ ଆର୍ନ୍ତରାଷ୍ଟ୍ରୀୟ ସୀମାରୁ ହଲଦିବାଡି ଷ୍ଟେସନର ଦୂରତା ମାତ୍ର ୪.୫ କିଲୋମିଟର । ହେଲେ ବାଂଗଲାଦେଶର ଚିଲହାଟୀର ଦୂରତା ୭.୫ କିଲୋମିଟର । ହଲଦିବାଡି ଓ ଚିଲହାଟୀ ଦୁଇଟି ଯାକ ଷ୍ଟେସନ ସିଲିଗୁଡି ଓ କୋଲକତା ମଧ୍ୟରେ ଥିବା ପୁରୁଣା ବ୍ରାଣ୍ଡ ଗେଜ୍ ରେଳ ଲାଇନ ମଧ୍ୟରେ ଥିଲା । ଯାହାକି ବର୍ତମାନ ବାଂଲାଦେଶ ସୀମା ଦେଇ ଯାଉଛି ।