ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା-shaksi news

ରାଜ୍ୟରେ ୩୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୬୭ଟି ହେଉଛି ସ୍ଥାନୀୟ ସଂକ୍ରମଣ ।

ତେବେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି। ସେହପରି ଅନୁଗୋଳ ଜିଲ୍ଲାରୁ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬, ବରଗଡ଼ରୁ ୧୭, ଭଦ୍ରକରୁ ୨୧, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୨, କଟକରୁ ୧୯, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧୫, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୩, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୧୩, ପୁରୀରୁ ୧୪, ରାୟଗଡ଼ାରୁ ୬, ସମ୍ବଲପୁରରୁ ୧୦, ସୋନପୁରରୁ ୨ ଓ ଷ୍ଟେଟ୍ ପୁଲ୍‌ରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୭୯୮ରେ ପହଞ୍ଚିଛି।

୪ ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ଯୁବକ ଅଛନ୍ତି। ତାଙ୍କ ଘର ବରଗଡ଼ ଜିଲ୍ଲାରେ। ସେହିପରି ଭୁବନେଶ୍ୱରର ଜଣେ ୭୩ ବର୍ଷୀୟ ବୃଦ୍ଧ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ସେ କିଡ୍‌ନୀ ଜନିତ ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ସେହିପରି ଅନ୍ୟ ଜଣେ ମାଲକାନଗିରି ଜିଲ୍ଲାର। ତାଙ୍କୁ ବି ୭୦ ବର୍ଷ ହୋଇଥିଲା। ତାଙ୍କର ଡାଇବେଟିସ୍ ସହିତ ଅନ୍ୟାନ୍ୟ ସମସ୍ୟା ରହିଥିଲା।

୩୮୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ରେ ପହଞ୍ଚିଥିବା ବେଳେ ୩,୧୭,୮୭୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୩୦୮ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଯୋଗୁଁ ରାଜ୍ୟରେ ୧,୭୯୮ ଜଣଙ୍କ ଜୀବନ ଗଲାଣି।