ଚାଷୀ ଆନ୍ଦୋଳନରେ ଦେଶ ବରୋଧୀଙ୍କ ହାତ :ପ୍ରତାପ ଷଡଙ୍ଗୀ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଚାଷୀ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିଲ୍ଲୀରେ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପଛରେ ଦେଶ ବିରୋଧିଙ୍କ ହାତ ରିହିଛି, ପ୍ରକୃତ ଚାଷୀ ଆନ୍ଦୋଳନ କରୁନାହାନ୍ତି ବୋଲି କହିଛନ୍ତି ପ୍ରତାପ ଷଡଙ୍ଗୀ । ଚାଷୀ ଆନ୍ଦୋଳନ ନାଁରେ ସେମାନେ ବିରୋଧିଙ୍କ ଭାଷା କହୁଛନ୍ତି ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ କୃଷି ବିଲକୁ ଅନେକ ଚାଷୀ ସ୍ୱାଗତ କରୁଛନ୍ତି । ତେଣୁ ସରକାର କୃଷି ବିଲ ପ୍ରତ୍ୟାହାର କରିବାରେ କୌଣସି ଆଶଙ୍କା ଦେଖାଯାଉନାହିଁ । ଏହି ବିଲ ଏକ ଐତିହାସିକ ବିଲ, ଏହା ଚାଷୀ ମାନଙ୍କର ହୀତ ହୋଇପାରିବ ବୋଲି କହିଛନ୍ତି ପ୍ରତାପ । ଧାନର ସହାୟକ ମୁଲ୍ୟ, ଜମିର ମାଲିକାନା ନେଇ କୌଣସି ପ୍ରକାର କ୍ଷତି ଚାଷୀ ସହିବାର ନାହିଁ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।