କଟକ( ଏସ୍ ନ୍ୟୁଜ ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ାଉ। ଜେଲରେ ଥାଇ ଡି ବ୍ରଦର୍ସ ବେଆଇନ ଅସ୍ତ୍ର କାରବାର କରୁଥିବା ବିଷୟରେ ଖବର ପାଇବା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ଚଢ଼ାଉ କରି ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ ।ଚଢ଼ାଉରେ ୮ ବନ୍ଧୁକ ଓ ୫୦୦ ଗୁଳି, ୧୧ଟି ମୋବାଇଲ ଜବତ କରାଯାଇଛି । ଏଥିସହ ୩ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ସେପଟେ ଧଳସାମନ୍ତ ବ୍ରଦର୍ସ- ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳସାମନ୍ତ ଏବେ ଜେଲରେ ରହିଛନ୍ତି । ମାତ୍ର ପୋଲିସକୁ ମିଳିଥିବା ସୂଚନା ଅନୁସାରେ ଜେଲରେ ଥାଇ ବି ଡି ବ୍ରଦର୍ସ କଟକ ସହରରେ ଆର୍ମସ ସପ୍ଲାଇ କରୁଥିବା ଖବର ମିଳିଥିଲା । ତୁରନ୍ତ ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଡି ବ୍ରଦର୍ସଙ୍କ ଘରେ ଏକ କାଠ ପ୍ରେମ ମଧ୍ୟରେ ଏହି ବିପୁଳ ପରିମାଣର ସାମଗ୍ରୀ ରଖାଯାଇଥିଲା ବୋଲିସ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅଟକ ୩ ଜଣଙ୍କୁ ପୋଲିସ ପଚରା ଉଚରା କରୁଥିବା ଜଣାପଡ଼ିଛି ।