ସରିଯାଉଛି ସ୍ମାର୍ଟଫୋନ୍ ଦିନ : ଆସୁଛି ନୂଆ ଜ୍ଞାନକୌଶଳ

ଆଉ କିଛିବର୍ଷ ପରେ ଦେଖିବାକୁ ମିଳିବନି ସ୍ମାର୍ଟଫୋନ୍ । ନୂଆ ନୂଆ ଜ୍ଞାନକୌଶଳ ଆଧୁନିକ ଜୀବନଶୈଳୀକୁ ତୀବ୍ରଗତିରେ ପ୍ରଭାବିତ କରିବାକୁ ଯାଉଛି । ଏ କଥା କହିଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ।

ଗେଟ୍‌ସ କହିଛନ୍ତି, ପ୍ରାୟ ଦଶନ୍ଧି ଧରି ସ୍ମାର୍ଟଫୋନ୍ ଆମର ଘନିଷ୍ଠ ମିତ୍ର ରହିଆସିଛି । ସ୍ମାର୍ଟଫୋନ୍ ଜରିଆରେ ଇ-ମେଲ ସମେତ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଅଜଣା କଥା ଦେଖିବାକୁ ଶୁଣିବାକୁ ମିଳୁଥିଲା । ଆଗାମୀ ଦିନରେ ସ୍ମାର୍ଟଫୋନ୍ ସ୍ଥାନକୁ ଦଖଲ କରିବାକୁ ଯାଉଛି ଏକ ସ୍ୱତନ୍ତ୍ର ଧରଣର ଇଲେକ୍‌ଟ୍ରୋନିକ୍ସ ଟାଟ୍ଟୁ ।

ସ୍ମାର୍ଟଫୋନ୍‌କୁ ହାତରେ ଧରିବାକୁ ପଡୁଥିଲା । କିନ୍ତୁ ଇଲେକ୍‌ଟ୍ରୋନିକ୍ସ ଟାଟ୍ଟୁକୁ ଧରିବାକୁ ପଡ଼ିବନି ।  ଟାଟ୍ଟୁ ବଳରେ ଆମେ ଇଂଟରନେଟ୍ ବ୍ୟବହାର କରିପାରିବା । ସ୍ୱାସ୍ଥ୍ୟ ସଚେତନ ହୋଇପାରିବା । ସ୍ମାର୍ଟଫୋନ୍ ଜରିଆରେ ଯେଉଁସବୁ କାମ କରି ହେଉଥିଲା, ଇଲେକ୍‌ଟ୍ରୋନିକ୍ସ ଟାଟ୍ଟୁ ବଳରେ ସେହି କାମ ଆରାମରେ କରିହେବ ।