ଚାଇନାରୁ ଖାଲି ହାତରେ ପାକିସ୍ତାନ ଫେରି ଯାଇଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ସାଙ୍ଗରେ ପ୍ରାୟ ୮.୫ କୋଟି ବିଲିୟନ୍ ଡଲାର ପରିମାଣର ରେଳବାଇ ପ୍ରକଳ୍ପ ଧରି ଚାଇନା ଧାଇଁ ଯାଇଥିଲେ ଶାହବାଜ ।
କିନ୍ତୁ ଚତୁର ଜିନପିଙ୍ଗ୍ ପାକିସ୍ତାନର ରେଳବାଇ ପ୍ରକଳ୍ପରେ ଟଙ୍କାଟିଏ ଖଟାଇବାକୁ ମନା କରିଦେଲେ । ଅବଶ୍ୟ ଚାଇନା ଉପରେ ଭରସା କରିହେବନି । କେତେବେଳେ ଜିନପିଙ୍ଗଙ୍କ ମୁଣ୍ଡକୁ କ’ଣ ଜୁଟୁଛି, ତା’ କେବଳ ତାଙ୍କୁ ଜଣା ।
ଆପଣ ଜାଣିଛନ୍ତି, ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି) ଉପରେ ପାକିସ୍ତାନ ସର୍ବାଧିକ ଭରସା କରିଥିଲା? ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚାଇନା ଓ ପାକିସ୍ତାନ ବେପାର ବଣିଜ ବେଶ ସୁରୁଖୁରୁରେ ଚାଲିଥାନ୍ତା ।
କିନ୍ତୁ ୬୦ ବିଲିୟନ୍ ଡଲାର ପରିମାଣର ପ୍ରକଳ୍ପକୁ ଅଧା ରଖି ବାଟ ଭାଙ୍ଗି ଚାଲିଯାଇଛି ଚାଇନା ।
ଏବେ ଶାହବାଜଙ୍କ ଏକମାତ୍ର ଠିକଣା ଡୋନାଲ୍ଡ ଟ୍ରମ୍ପ । ଭାରତ ଏବେ ଚାଇନା ଓ ରୁଷିଆର ନିକଟତର ହୋଇଛି ।