ଭାରତରେ ପ୍ରାୟ ୧୪ ଜଣ ପାକ ଆତଙ୍କୀ ଅନୁପ୍ରବେଶ କରିଛନ୍ତି । ମୁମ୍ବାଇ ମହାନଗରୀରେ ପ୍ରାୟ ୪୦୦ କିଲୋ ଆର୍ ଡି ଏକ୍ସ ବଳରେ ବଡ଼ ଧରଣର ବିସ୍ଫୋରଣ କରାଯିବ ।
ପ୍ରାୟ ୩୪ଟି ବିସ୍ଫୋରକ ଭରା ଗାଡ଼ି ମୁମ୍ବାଇ ମହାନଗରୀକୁ ଉଡ଼ାଇବା ଚକ୍କରରେ ଅଛନ୍ତି ।
ଏପରି ହ୍ୱାଟ୍ସ ଆପ୍ ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲସ୍କର-ଇ-ଜିହାଦି ଆତଙ୍କୀ ସଂଗଠନର ସଭ୍ୟ ବୋଲି ପରିଚୟ ଦେଇଥିଲା ।
ଗୁରୁବାର ଦିନ ଟ୍ରାଫିକ୍ ପୁଲିସ କଂଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ବାର୍ତା ଆସିଥିଲା । ଗଣେଶ ଭସାଣ ଓ ଅନନ୍ତ ଚତୁର୍ଥୀ ଅବସରକୁ ହାତଛଡ଼ା କରିବନି ଆତଙ୍କୀ ସଂଗଠନ ।
ପ୍ରାୟ କୋଟିଏ ଲୋକଙ୍କୁ ମାରିବାର ଯୋଜନା କରାଯାଇଛି । କେତୋଟି ସ୍ଥାନରେ ମାନବ ବୋମା ବ୍ୟବହାର କରାଯାଇପାରେ ।
ଏଭଳି ମେସେଜ୍ ପାଇବା ପରେ ମୁମ୍ବାଇ ପୁଲିସ ଆଲର୍ଟ ରହିଛି । ମୁମ୍ବାଇ ସମେତ ଭାରତର ପ୍ରତ୍ୟେକ ମହାନଗରୀକୁ ସତର୍କ କରି ଦିଆଯାଇଚି ।
ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ସରକାର ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଯଦିଓ ପୁଲିସ ଏହାକୁ ଏକ ଗୁଜବ ମଣୁଛି । ତଥାପି ସତର୍କତା ଅବଲମ୍ବନ କରିବା ଜରୁରୀ ।