ଅଭିନେତ୍ରୀ ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜଙ୍କ ବିରୋଧରେ ଲୁକ୍ ଆଉଟ୍ 

ମୁମ୍ବାଇ ପୁଲିସର ଆର୍ଥିକ ଅପରାଧିକ ଶାଖା ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି କରାଯାଇଛି ଲୁକ୍ ଆଉଟ୍ ନୋଟିସ୍ ।

ଅଧିକ ଲାଭ ପଛରେ ବାଇ ଲୋକମାନେ ଠକାମିର ଶିକାର ହୁଅନ୍ତି । ଏହି କ୍ରମରେ ଦୀପକ କୋଠାରୀ ନାମକ ଜଣେ ବ୍ୟବସାୟୀ ଜୁହୁ ଥାନାରେ ପହଂଚି ଉଭୟ ଶିଳ୍ପା ଓ ରାଜଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଦୀପକଙ୍କ ଅଭିଯୋଗ ହେଉଛି, ସେ ଶିଳ୍ପା ଓ ରାଜଙ୍କ ମାଲିକାନାରେ ଥିବା ବେଷ୍ଟ୍ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ନିବେଶ ପାଇଁ ପ୍ରାୟ ୬୦ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ଦୀପକଙ୍କ ସୂଚନା ମୁତାବକ ଶିଳ୍ପା ଓ ରାଜ ୨୦୧୫ରୁ ୨୦୨୩ ମସିହା ଭିତରେ ଦେଇଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରି ପାଇଲେନି ।

ବ୍ୟବସାୟ ବଢ଼ାଇବାକୁ କହି ଟଙ୍କା ନେବାପରେ ଶିଳ୍ପା ଓ ରାଜ ବ୍ୟକ୍ତିଗତ କାମରେ ଟଙ୍କା ଖର୍ଚ୍ଚ କରିଛନ୍ତି ।