୭ ତାରିଖରେ ଚନ୍ଦ୍ର ଗ୍ରହଣ: ସାଢ଼େ ତିନିଘଂଟା କାଳ ରହିବ

ରବିବାର (୭ ସେପ୍ଟେମ୍ବର) ଚଳିତ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଘଟିବ । ରାତି ୯ ଘଟିକା ୫୭ ମିନିଟ୍ ରେ ଗ୍ରହଣ ଆରମ୍ଭ ହେବ । ପ୍ରାୟ ସାଢ଼େ ତିନିଘଂଟା ପରେ ସର୍ବମୋକ୍ଷ ହେବ ।

ଗ୍ରହଣ କାଳରେ ମାନସିକ ସ୍ତରରେ ପୂଜାପାଠ କରିବା ଅତ୍ୟନ୍ତ ଶୁଭଦାୟକ । ରାଶି ଅନୁସାରେ ମନ୍ତ୍ର ଜପ କଲେ ଆହୁରି ଶୁଭଫଳ ମିଳିଥାଏ ।

ଧନଧାନ୍ୟ, ଯଶମାନ ପ୍ରତିଷ୍ଠା ସବୁ କିଛି ମିଳିଥାଏ ।

ଗ୍ରହଣ ସମୟରେ ମନ୍ତ୍ର ଜପ କଲେ, ଚନ୍ଦ୍ରଙ୍କର ସ୍ଥିତି ମଜବୁତ ହୋଇଥାଏ । ଚନ୍ଦ୍ର ଦୃଢ଼ ରହିଲେ ମଣିଷ ଜୀବନରେ ଅପାର ସୁଖ ମିଳିଥାଏ ।

ମେଷରାଶିର ଅଧିପତି ମଙ୍ଗଳ ଗ୍ରହ । ଚନ୍ଦ୍ର ଗ୍ରହଣ ସମୟରେ ହନୁମାନ ଚାଳିଶା ପାଠ କରିବା ଭଲ । ବୃଷରାଶିର ଲୋକମାନେ ଶ୍ରୀସୂକ୍ତ ପାଠ କରିବା ଦରକାର । ମିଥୁନ ରାଶିର ଲୋକମାନେ ମା’ ଦୁର୍ଗାଙ୍କ ମନ୍ତ୍ର ଜପିବା ଭଲ ।

କର୍କଟ ରାଶିର ଲୋକମାନେ ଚନ୍ଦ୍ର ଓ ରାହୁଙ୍କ ମନ୍ତ୍ର ଜପିବା ଦରକାର । ସିଂହରାଶିର ଲୋକମାନେ ଆଦିତ୍ୟ ହୃଦୟ ସ୍ତ୍ରୋତ୍ର ପଢ଼ିବା ଫଳଦାୟକ ।

କନ୍ୟାରାଶିର ଲୋକମାନେ ଶ୍ରୀଗଣେଶ ଚାଳିଶା ପାଠ କରିବା ଶୁଭଦାୟକ । ତୁଳାରାଶିର ଲୋକମାନେ ମା’ ଲକ୍ଷ୍ମୀଙ୍କ ସ୍ତ୍ରୋତ୍ର ଅବା ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ । ବିଛା ରାଶିର ଲୋକମାନେ ହନୁମାନ ଚାଳିଶା ପଢ଼ିବା ଉଚିତ ।

ଧନୁରାଶିର ଲୋକମାନେ ବିଷ୍ଣୁ ସହସ୍ର ନାମ ଜପ କରିବା ଉଚିତ । ମକର ରାଶିର ଲୋକମାନେ ଶନି ଚାଳିଶା ପାଠ କରିବା ଉଚିତ । କୁମ୍ଭ ରାଶିର ଲୋକମାନେ ହନୁମାନ ଚାଳିଶା ପାଠ କରିବା ଲାଭଦାୟକ ।

ମୀନ ରାଶିର ଲୋକମାନେ ମା’ ଦୁର୍ଗା ଚାଳିଶା ପାଠ କରିବା ଭଲ ।