ମଇଦାନକୁ ଓହ୍ଲାଇବା ପାଇଁ ‘ମଇଦାନ’କୁ ଲାଗିଲା ୬ ବର୍ଷ, ଖାଇଲା ୨୧୦ କୋଟି
ମଇଦାନକୁ ଓହ୍ଲାଇବା ପାଇଁ ‘ମଇଦାନ’ ଖାଇଲା ୨୧୦ କୋଟି, ନେଲା ୬ ବର୍ଷ । କିଛି ଲାଭ ହେଲାନି । ଚଳଚ୍ଚିତ୍ରଟିର ସଫଳତା ପ୍ରତି ବେଶ ଆଶାବାଦୀ ଥିଲେ ବନି କପୁର ।
୨୦୧୯ ମସିହାରେ ଚଳଚ୍ଚିତ୍ରଟିର ନିର୍ମାଣ କାମ ଆରମ୍ଭ କରାଯାଇଥିଲା । ବହୁ ବାଧା ବିଘ୍ନ ଭିତର ଦେଇ ଚଳଚ୍ଚିତ୍ରଟିର ସବୁ କାମ ସରିଲା ୨୦୨୪ ମସିହାରେ । ତଥାପି ବକ୍ସ ଅଫିସରେ ମାଡ଼ ଖାଇଗଲା ଚଳଚ୍ଚିତ୍ରଟି ।
ଚଳଚ୍ଚିତ୍ରଟିର ବଜେଟ୍ ରଖାଯାଇଥିଲା ୧୨୦ କୋଟି । କିନ୍ତୁ ଖର୍ଚ୍ଚ ହୋଇଗଲା ୨୧୦ କୋଟି । ବଜାରରେ ଚଳଚ୍ଚିତ୍ରଟି ସେତେ ଖାସ୍ ରୋଜଗାର କରି ପାରିଲାନି । ଏ ଯାଏ କରଜ ଟଙ୍କା ପରିଶୋଧ କରି ପାରୁନାହାନ୍ତି ବନି କପୁର ।
ଅଜୟ ଦେବଗନଙ୍କୁ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ କରିଥିଲେ । ବନି କହନ୍ତି, ୨୦୨୦ ଜାନୁଆରୀ ସୁଦ୍ଧା ଚଳଚ୍ଚିତ୍ରଟିର ୭୦ ଭାଗ କାମ ସରି ଯାଇଥିଲା । କରୋନା ମହାମାରୀ ସବୁ ଯୋଜନା ବରବାଦ କରିଦେଲା ।
ବିଦେଶରୁ ପ୍ରାୟ ୨୫୦ ଜଣ ଖେଳାଳିଙ୍କୁ ଅଣା ଯାଇଥିଲା ।
୨୦୨୦ ମାର୍ଚ୍ଚ ମାସରେ ଲକ୍ ଡାଉନ୍ ଘୋଷଣା କରାଗଲା । ସୁଟିଙ୍ଗ୍ ହୋଇପାରିଲାନି । ବିମାନ ଯାତ୍ରା ବାତିଲ କରିବାକୁ ପଡ଼ିଲା । ଲକ୍ ଡାଉନ୍ ସମୟରେ ପୁରା ଟିମ୍ ଖର୍ଚ୍ଚ ଉଠାଇବାକୁ ପଡ଼ିଲା । ତା’ରି ଭିତରେ ସାମୁଦ୍ରିକ ବାତ୍ୟାକୁ ସାମ୍ନା କରିବାକୁ ପଡ଼ିଲା ।
ଯୋଉ ଷ୍ଟାଡ଼ିୟମକୁ ଭଡ଼ା ସୂତ୍ରରେ ନେଇ ସେଟ୍ ତିଆରି କରିଥିଲି । ସାମୁଦ୍ରିକ ବାତ୍ୟାରେ ପୁରା ନଷ୍ଟ ହୋଇଗଲା । ୧୨୦ କୋଟିର ବଜେଟ୍ ୨୧୦ କୋଟିକୁ ଟପିଗଲା ।