ସୁପ୍ରିମକୋର୍ଟ ଉପରକୁ ଟିକସ ବଲ୍ ପକାଇ ଅପଦସ୍ତରୁ ବଂଚିବାର ପ୍ରୟାସ କରୁଛନ୍ତି ଟ୍ରମ୍ପ

ସୁପ୍ରିମକୋର୍ଟ ଉପରକୁ ଟିକସ ବଲ୍ ପକାଇଛନ୍ତି ଟ୍ରମ୍ପ । ଅପଦସ୍ତରୁ ତ୍ରାହି ପାଇବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜିଭ ଉପରେ ନିୟନ୍ତ୍ରଣ ହରାଇବାର ପରିଣାମ ଭୋଗୁଛନ୍ତି ।

ଭାରତ ଭଳି ବିରାଟ ବଜାରକୁ ଡରାଇ ଧମକାଇ ଦଖଲ କରିବାକୁ ବସିଥିଲେ ଟ୍ରମ୍ପ । ଭାରତ-ପାକିସ୍ତାନ ଉପରେ ଟିକସ ଚାପ ପକାଇ ଯୁଦ୍ଧ ବନ୍ଦ କରିଥିବା କଥାଟି ଏକ ଶପଥ ପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଟ୍ରମ୍ପ ।

ଟ୍ରମ୍ପଙ୍କ ୫୦% ଟିକସ ଧମକରେ ଭାରତ ଦବିଲାନି । ବରଂ ଚାଇନା ଓ ରୁଷିଆ ସହିତ ହାତ ମିଳାଇ ବେପାର କରିବାକୁ ଅଂଟା ଭିଡ଼ିଲା । ତା’ରି ଭିତରେ ଆଫଗାନିସ୍ତାନର ତାଲିବାନ ସରକାର ଭାରତ ସହିତ ଘନିଷ୍ଠ ସଂପର୍କ ରଖିବା ପାଇଁ ଉଦ୍ୟମ କରୁଥିବା କଥାଟି ଟ୍ରମ୍ପଙ୍କ କାନରେ ପଡ଼ିଗଲାଣି ।

୧୪୩ କୋଟି ଉପଭୋକ୍ତାଙ୍କୁ ଏତେ ଶୀଘ୍ର ହରାଇବାକୁ ଚାହୁଁ ନାହାନ୍ତି ଟ୍ରମ୍ପ । ମାତ୍ର କ’ଣ କରିବେ ବିଚରା?

‘ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ସହଯୋଗୀ ବେପାର ବନ୍ଧୁଙ୍କ ଉପରେ ବସାଇଥିବା ବର୍ଦ୍ଧିତ ଟିକସ କିଛି ପରିମାଣରେ କମାଇ ପାରିବ ।’ ଏମିତି ଗୋଟିଏ ଗୁଗଲି ବଲଟିଏ ସୁପ୍ରିମକୋର୍ଟ ଉପରକୁ ପକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ହ୍ୱାଇଟ୍ ହାଉସ୍ ନିକଟରୁ ପରାମର୍ଶ ପାଇବା ପରେ ଏଭଳି ସୂଚନା ପ୍ରଦାନ କରିଛନ୍ତି ଆମେରିକା ରାଜସ୍ୱ ସଚିବ ସ୍କଟ୍ ବେସେଂଟ ।