ଧର୍ମକୁ ଆଖିଠାର: ସିନ୍ ଗୁଡ୍ସ ଉପରୁ ସରକାରୀ ମାହାସୁଲ ୪୦%

ଧର୍ମକୁ ଆଖିଠାର ମାରିଛନ୍ତି ମୋଦୀ ସରକାର । ପାନବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣଇ ଟଙ୍କା । ତମାଖୁ, ଗୁଟଖା, ପାନ ମସଲା, ନିଶାପାଣି, ମହୁଲି ପାଣି ଭଳି ଜିନିଷଗୁଡ଼ାକ ଆମ ଶରୀର ପ୍ରତି ହାନିକାରକ ।

ଧିରେ ଧିରେ ଆମକୁ ମରଣ ଆଡ଼କୁ ବାଟ କଢ଼ାଇ ନେଇଯାଏ ତମାଖୁ, ଗୁଟଖା । ଅଫିମ, ଗଞ୍ଜେଇ, ଭାଙ୍ଗ, ନିଶାପାଣିକୁ ଆଦରି ନେଉଥିବା ଲୋକମାନେ ମରଣ ଆଡକୁ ଯାଉଥିବା କଥା ଜାଣନ୍ତି ।

ଏ କଥାଟିକୁ ସରକାର ଭଲ ଭାବରେ ଜାଣନ୍ତି, ଖାସ୍ ସେହି କାରଣରୁ ସେଗୁଡ଼ିକୁ ସିନ୍ ଗୁଡ୍ସ ନାମ ଦିଆଯାଇଛି । ନବଘୋଷିତ ଟିକସ ଭିତରେ ସିନ୍ ଗୁଡ୍ସ ଉପରୁ ପ୍ରାୟ ୪୦% ଟିକସ ଆଦାୟ କରାଯିବ ।

ପୂର୍ବରୁ ତମାଖୁ, ଖଇନି, ଗୁଟଖା ଉପରେ ୨୫% ଟିକସ ଆଦାୟ କରାଯାଉଥିଲା ।

ତା’ ସହିତ ବିଳାସମୟ ସାମଗ୍ରୀଗୁଡ଼ିକୁ ମଧ୍ୟ ସିନ୍ ଗୁଡ୍ସ କୁହାଯାଉଛି । ସରକାର ମହତ ଆଶା ରଖି ସିନ୍ ଗୁଡ୍ସ ଉପରେ ଟିକସ ଚାପ ପକାଇଥାନ୍ତି, କିନ୍ତୁ ତାହା ସରକାରଙ୍କ ମହତ ଆଶାକୁ ଭଣ୍ଡୁର କରିଦିଏ ।

ନିଶାଖୋର ଲୋକଙ୍କ ନିକଟରେ ଟଙ୍କା ଅପେକ୍ଷା ତମାଖୁ, ଖଇନି, ଗୁଟଖା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ଧନୀଲୋକଙ୍କ ପାଇଁ ସିନ୍ ଗୁଡ୍ସ କହିଲେ, ୧୨୦୦ ସିସି ବା ତା’ଠାରୁ ଅଧିକ କ୍ଷମତା ସଂପନ୍ନ ପେଟ୍ରୋଲ କାର, ୧୫୦୦ ସିସି ବା ତା’ଠାରୁ ଅଧିକ କ୍ଷମତା ସଂପନ୍ନ ଡିଜେଲ୍ କାର । ୩୫୦ ସିସି ବା ତା’ଠାରୁ ଅଧିକ କ୍ଷମତା ସଂପନ୍ନ ବାଇକ୍ ।

ବିମାନ, ହେଲିକପ୍ଟର ଅବା ଜାହାଜ ।

ଏହିସବୁ ଜିନିଷ କିଣିବାର ଗୋଟିଏ ଅଲଗା ମଜା ରହିଛି । ଏଗୁଡ଼ିକ କିଣିବାର ସ୍ୱପ୍ନ ଦେଖିବା ମଧ୍ୟ ତଳଶ୍ରେଣୀର ଲୋକଙ୍କ ପାଇଁ ମହାଭାଗ୍ୟ । ଧନୀଲୋକମାନେ ଏହିଭଳି ଜିନିଷ କିଣି ଗରିବ ଲୋକଙ୍କ ଆଗରେ ଦେଖେଇ ହୁଅନ୍ତି ।