ପୁଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀରଜନକ ଅଛି । ଗାଡ଼ି ଅଟକାଇବାକୁ ଯାଇ ମରଣମୁହଁରେ ପଡ଼ିଯିବେ ବୋଲି ସବ୍ ଇନିସ୍ପେକ୍ଟର ଅମିତ ଧଳ ଭାବି ନଥିଲେ ।
ବରଗଡ଼ ଜିଲ୍ଲାର ସୋହେଲା ଅନ୍ତର୍ଗତ ଲେବଡ଼ି ଛକ ନିକଟରେ ସବ୍ ଇନିସ୍ପେକ୍ଟର ଧଳଙ୍କ ଉପରକୁ ମାଡ଼ି ଯାଇଥିଲା ଏକ ବୋଲେରୋ । ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ମିଶି ଶ୍ରୀ ଧଳ ମୋଟରଗାଡ଼ି ଯାଂଚ୍ ଅଭିଯାନରେ ସାମିଲ ଥିଲେ ।
ଗୋଟିଏ ବୋଲେରୋକୁ ଅଟକାଇବା ପାଇଁ ଉଦ୍ୟମ କରୁଥିଲେ ।
ବୋଲେରୋଟି ଖସି ପଳାଇବାକୁ ଉଦ୍ୟମ କରିଥିଲା । ଶ୍ରୀ ଧଳ ବୋଲେରୋ ଆଗକୁ ଝପଟି ଗଲେ । ଡରିଗଲା ଚାଳକ । କ’ଣ କରିବ ଭାବୁ ଭାବୁ ବୋଲେରୋଟିକୁ ଅମିତଙ୍କ ଆଡ଼କୁ ନେଇଗଲା । ଗାଡ଼ି ମାଡ଼ରେ ଅମିତ ତଳେ ପଡ଼ିଗଲେ ।
ଦୁର୍ଘଟଣା ଘଟାଇ ବୋଲେରୋ ଚାଳକ ଫେରାର୍ ହୋଇଗଲା । ଗାଡ଼ି ଯାଂଚ ଅଧାରେ ରହିଲା ।
ସହଯୋଗୀ ପୁଲିସ କର୍ମଚାରୀମାନେ ଶ୍ରୀ ଧଳଙ୍କୁ ତୁରନ୍ତ ଡାକ୍ତରଖାନା ନେଇଗଲେ । ଶ୍ରୀ ଧଳଙ୍କ ପିଠି ଓ ଚଟୁଆରେ ଗୁରୁତର ଆଘାତ ଲାଗିଛି । ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।