ରାହୁଲଙ୍କ ମନରେ ମାତୃଜାତି ପ୍ରତି ଆଦୌ ସମ୍ମାନବୋଧ ନାହିଁ

ରାହୁଲଙ୍କ ମନରେ ମାତୃଜାତି ପ୍ରତି ଆଦୌ ସମ୍ମାନବୋଧ ନାହିଁ । ଯିଏ ନିଜ ମା’ ସୋନିଆ ଗାନ୍ଧୀଙ୍କ ଉପରେ ଭୀଷଣ ରାଗି ଯାଇପାରନ୍ତି, ସ୍ଥାନ କାଳ ପାତ୍ର ଭୁଲି ଯାଇ କଟୁ ଭାଷାରେ ଗାଳି ଦେଇପାରନ୍ତି, ତାଙ୍କ ନିକଟରୁ ଭାରତ ମାତା ପ୍ରତି ସମ୍ମାନବୋଧ ଆଶା କରିବା ବୃଥା ।

ଏକ ପଡ଼କାଷ୍ଟରେ ଏଭଳି ମତ ପ୍ରଦାନ କରିଛନ୍ତି ଗୋଆ ରାଜନେତା ବିଶ୍ୱଜିତ ରାଣେ ।

ସୋନିଆ ଗାନ୍ଧୀଙ୍କ ପ୍ରତି ପୁଅ ରାହୁଲଙ୍କ ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାର ବଖାଣିବା ପରେ ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପୂର୍ବତନ କଂଗ୍ରେସ ନେତା ବିଶ୍ୱଜିତ ରାଣେ ରାହୁଲଙ୍କ ମନରେ ନାରୀଜାତି ପ୍ରତି ସମ୍ମାନବୋଧକୁ କଟାକ୍ଷ କରିଛନ୍ତି ।

ରାହୁଲଙ୍କ ଦୃଷ୍ଟିରେ ନାରୀ ସବୁବେଳେ ପୁରୁଷଙ୍କ ଔଦ୍ଧତ୍ୟକୁ ସହିବାକୁ ବାଧ୍ୟ । ସେ ମା’, ଭଉଣୀ ଓ ଝିଅ ହୋଇପାରନ୍ତି ।

ରାଣେ କହନ୍ତି, ଏକଦା ତାଙ୍କ ବାପା ପ୍ରତାପ ସିଂ ରାଣେ ଓ ସୋନିଆ ମ୍ୟାଡାମ୍ କୌଣସି ବିଷୟରେ ଆଲୋଚନାରତ ଥିଲାବେଳେ ରାହୁଲ ଝଡ଼ ବେଗରେ ରୁମ୍ ଭିତରେ ପଶିଗଲେ, ଯାହା ପାଟିକୁ ଆସିଲା ସୋନିଆ ମ୍ୟାଡାମଙ୍କୁ ଗାଳି ଦେଲେ ।

ସୋନିଆ ମ୍ୟାଡାମ ନିରବତାର ସହିତ ରାହୁଲଙ୍କ ମୁହଁକୁ ଅନାଇ ଗାଳିଗୁଡ଼ାକ ଶୁଣୁଥିଲେ ।

ଜଣେ ଅପରିଚିତଙ୍କ ଆଗରେ ମା’ଙ୍କୁ ଗାଳି ଦେଇ ରାହୁଲ ନିଜକୁ ମହାନ ଭାବୁଥାଇ ପାରନ୍ତି । ମାତ୍ର ଭାରତ ଭଳି ଦେଶ ସବୁବେଳେ ନାରୀଜାତିକୁ ସମ୍ମାନ ଦେଇଆସିଛି ।

ଏ ଦେଶରେ ଜଣେ ମା’ ରାହୁଲଙ୍କ ବ୍ୟବହାରକୁ ବରଦାସ୍ତ କରିପାରନ୍ତି । କିନ୍ତୁ ଜଣେ ନାରୀ କେବେ ରାହୁଲଙ୍କ ଉଗ୍ର ଆଚରଣକୁ ବରଦାସ୍ତ କରିପାରିବନି ।