ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର, କମିବ ବିଲ୍ 

ବିଜୁଳି ଉପଭୋକ୍ତାଙ୍କ ମନକୁ ଖୁସି କରିବା ପାଇଁ କେନ୍ଦ୍ର ସରକାର ଜି ଏସ୍ ଟି ହାର କମାଇଛନ୍ତି । ଜି ଏସ୍ ଟି ଖସଡ଼ା ନୀତି ମାପକାଠିରେ ସୌରଶକ୍ତି ଉପକରଣ, ଉତ୍ପାଦନ ମାହାସୁଲ କମାଇ ଦିଆଯାଇଛି ।

ତା’ ସହିତ ବିଜୁଳି ବିଲ କମିବା ଆଶଙ୍କା କରାଯାଉଛି । ପ୍ରତି ୟୁନିଟ୍ ପିଛା ଦେୟ ଉପରେ ଜି ଏସ୍ ଟି ହାର ପ୍ରାୟ ୧୨% ଥିଲା ଯାହା ଏବେ ୫% କୁ କମାଇ ଦିଆଯାଇଛି ।

ସରକାରଙ୍କ ଆକଳନ ଅନୁସାରେ ଅକ୍ଷୟଶକ୍ତି ସଂସ୍ଥା ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ଓ ବିତରଣ ଖର୍ଚ୍ଚ କମିବା ଫଳରେ ବିଜୁଳି ୟୁନିଟ୍ ପିଛା ୧୧ରୁ ୧୪ ପଇସା କମିଯିବ ।

ତାପଜ ବିଜୁଳି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉତ୍ପାଦନ ଖର୍ଚ୍ଚ କମିଯିବ । କୋଇଲା ଉପରେ ଜି ଏସ୍ ଟି ହାରକୁ ୫% କରି ଦିଆଯାଇଛି । ପୂର୍ବରୁ କୋଇଲା ଦର ଉପରେ ୧୮% ମାହାସୁଲ ଆଦାୟ କରାଯାଉଥିଲା ।