ଜଳନ୍ତା ଅବସ୍ଥାରେ ଗାଡ଼ି ଚଳାଇ ଡାକ୍ତରଖାନାରେ ପହଂଚିଲେ ମହିଳା

ଜଳନ୍ତା ଅବସ୍ଥାରେ ଦୁଇଚକିଆ ଯାନ ଚଳାଇ ଜଣେ ମହିଳା ଡାକ୍ତରଖାନାରେ ପହଂଚି ଜୀବନ ବଂଚାଇବା ପାଇଁ ନେହୁରା ହୋଇଥିଲେ । ଡାକ୍ତରଖାନାର କର୍ମଚାରୀମାନେ ସଂପୃକ୍ତ ମହିଳାଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ କରିଥିଲେ ।

ବହୁ ଉଦ୍ୟମ ସତ୍ତ୍ୱେ ମହିଳାଙ୍କୁ ବଂଚାଇବା ସମ୍ଭବ ହେଲାନି ।

ମହିଳାଙ୍କ ଶରୀରରେ ନିଅାଁ କେମିତି ଲାଗିଲା? ତାକୁ କେନ୍ଦ୍ର କରି ଲୋକଙ୍କ ମନରେ ନାନା ବିଚାର ଆସୁଛି । ମୃତ ମହିଳାଙ୍କ ନାମ ନିଶା ସିଂ । ଘଟଣାଟି ଫରୁଖାବାଦରେ ଘଟିଛି ।

ମୃତ ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମହିଳାଙ୍କ ପୁରୁଷ ବନ୍ଧୁ ଓ ତାଙ୍କର କିଛି ସାଙ୍ଗ ମିଳିମିଶି ମହିଳାଙ୍କ ଶରୀରରେ ନିଅାଁ ଲଗାଇ ଦେଇଛନ୍ତି ।

କିନ୍ତୁ ଜଣେ ହୋମ୍ ଗାର୍ଡ଼ଙ୍କ ମତରେ ମହିଳା ଜଣକ ନିଜେ ନିଜ ଶରୀରରେ ନିଅାଁ ଲଗାଇ ଦେଇଛନ୍ତି ।

ସିସିଟିଭି ଫୁଟେଜ ଆଧାରରେ ପୁଲିସ ଦୀପକ ନାମକ ଜଣେ ଯୁବକକୁ ଗିରଫ କରି ଜେଲକୁ ପଠାଇଛି । ଘଟଣାଟି ସେପ୍ଟେମ୍ବର ୬ ତାରିଖ ଦିନ ଘଟିଥିଲା ।

ନିଶା ଗୋଟିଏ କ୍ଲିନିକ୍ ଭିତରକୁ ଜଳୁଥିବା ଅବସ୍ଥାରେ ପଶି ଯାଇଥିଲେ । ବଂଚାଇ ଦିଅ ବୋଲି ଚିକ୍ରାର କରୁଥିଲେ । କ୍ଲିନିକ୍ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଫରୁଖାବାଦ ଡାକ୍ତରଖାନାକୁ ନେଇ ଯାଇଥିଲେ ।