ନେପାଳ ପ୍ରଧାନମନ୍ତ୍ରୀ ଦୌଡ଼ରେ କାଠମାଂଡୁ ମେୟର ବଲେନ୍ଦ୍ର ଶାହ !
ନେପାଳ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି କାଠମାଂଡୁ ମେୟର ବଲେନ୍ଦ୍ର ଶାହ ।
ବରିଷ୍ଠ ରାଜନେତା କେପି ଶର୍ମା ଓଲି ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ବଲେନ୍ଦ୍ର ଶାହ ନିଜକୁ ଅନ୍ ଲାଇନ୍ ଜରିଆରେ ଦାବି କରୁଛନ୍ତି । ନେପାଳ ଜେନ୍ ଜେଡ୍ ପିଢ଼ୀ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସ୍ୱୀକାର କରିନେବେ କି?
ରାଜନୀତିକୁ ଆସିବା ପୂର୍ବରୁ ବଲେନ୍ଦ୍ର ଶାହ ଜଣେ ରାପର୍ ଥିଲେ । ଗୀତ, ଛନ୍ଦ ଓ ଲୟର ତାଳରେ ଦୁର୍ନୀତି ଓ ଅସମାନତା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ତାଙ୍କର ପେଶା ଥିଲା ।
୩୫ ବର୍ଷୀୟ ବଲେନ୍ଦ୍ର ୨୦୨୨ ମସିହାରୁ କାଠମାଂଡୁ ମେୟର ଭାବେ କାର୍ଯ୍ୟ କରୁଛନ୍ତି । ସେ କୌଣସି ରାଜନୈତିକ ଦଳର ସଭ୍ୟ ନୁହନ୍ତି ।
ନେପାଳ ରାଜନୀତିରେ ବଲେନ୍ଦ୍ର ପ୍ରଥମ ଥର ପାଇଁ ନିଜକୁ ଜଣେ ନିର୍ଦ୍ଦଳୀୟ ପ୍ରଧାନମନ୍ତ୍ରୀ ଉପସ୍ଥାପନ କରି ନେପାଳକୁ ଶାସନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ବଲେନ୍ଦ୍ର କର୍ଣ୍ଣାଟକସ୍ଥିତ ବିଶ୍ୱେଶାରାୟା ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଂଜିନିୟରିଂ କରିଛନ୍ତି ।
୨୦୨୩ ଜୁନ ମାସରେ ଭାରତୀୟ ଚଳଚ୍ଚିତ୍ର ‘ଆଦିପୁରୁଷ’ର କାଠମାଂଡୁ ସିନେମା ହାଉସ୍ ରେ ପ୍ରଦର୍ଶନକୁ ତୀବ୍ର ପ୍ରତିବାଦ କରିଥିଲେ ।