ସର୍ବାଧିକ ୩୯ ଗୋଲ କରି ଇତିହାସ ରଚିଲେ କ୍ରିଷ୍ଟିଆନ୍ ରୋନାଲଡୋ
ଫୁଟବଲ ଦୁନିଆରେ ସର୍ବାଧିକ ଗୋଲ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ।
ମଙ୍ଗଳବାର ରାତିରେ ୱାର୍ଲଡ କପ୍ କ୍ୱାଲିଫାୟାର ଇଭେଂଟରେ ହଙ୍ଗେରୀ ବିପକ୍ଷରେ ରୋମାଂଚକ ଗୋଲ କରି ରୋନାଲଡୋ ବ୍ୟକ୍ତିଗତ ଭାବେ ୩୯ଟି ଗୋଲ ହାସଲ କରିଥିଲେ ।
ରୋନାଲଡୋ ଏବେ ଗୁଏତମାଲା ଫୁଟବଲର କାର୍ଲୋସ୍ ରୁଇଜଙ୍କ ସମକକ୍ଷ ହୋଇଛନ୍ତି ।
୪୦ ବର୍ଷୀୟ ରୋନାଲଡୋ ମ୍ୟାଚ୍ ଆରମ୍ଭ ହେବାର ୫୮ ମିନିଟ୍ ଭିତରେ ପେନାଲ୍ଟି ସଟ୍ ମାରି ଗୋଲ ହାସଲ କରିଥିଲେ । ହଙ୍ଗେରୀକୁ ୩-୨ ଗୋଲରେ ପରାସ୍ତ କରିଥିଲା ପର୍ତ୍ତୁଗାଲ ।