ଶାହରୁଖଙ୍କ ନିକଟରେ ବୟସ ହାର ମାନିଛି

ଆଜି ବି ତରୁଣ ଦିଶନ୍ତି ଶାହରୁଖ ଖାନ । କେବଳ ଶାହରୁଖ ନୁହନ୍ତି, ଶାହରୁଖଙ୍କ ଭଳି ଖାଇବା ପିଇବା ଓ ଶରୀର ପ୍ରତି ସଚେତନ ରହୁଥିବା ଲୋକମାନେ ଚିର ତରୁଣ ଦିଶନ୍ତି ।

୫୯ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ଶାହରୁଖ ଏବେ ମଧ୍ୟ ଚଳନ୍ତା ଟ୍ରେନ ଉପରେ ନାଚନ୍ତି, ଦଉଡ଼ିରେ ଝୁଲନ୍ତି, କଲେଜ ଛାତ ଉପରୁ ହେଲିକପ୍ଟର ଭିତରକୁ ଲମ୍ଫ ପ୍ରଦାନ କରନ୍ତି ।

ଶାହରୁଖଙ୍କ ଖାଦ୍ୟ ସାରଣୀର ଏହି ତିନୋଟି ଦରବ ତାଙ୍କୁ ତରୁଣ କରି ରଖିଛି ।

ସକାଳେ ଶାହରୁଖ ୧୦୦ ଗ୍ରାମ ଭିଜା ଗଜାମୁଗ ସେବନ କରନ୍ତି ଯାହା ତାଙ୍କର ପାଚନ ଶକ୍ତିକୁ ସ୍ୱାଭାବିକ କରିଥାଏ ।

ମଧ୍ୟାହ୍ନ ଭୋଜନରେ ଅନ୍ୟାନ୍ୟ ଖାଦ୍ୟ ସହିତ ୧୦୦ ଗ୍ରାମ ଗ୍ରୀଲ୍ଡ ଚିକେନ୍ ଓ ରାତ୍ର ଭୋଜନରେ ଯାହା ଖାଆନ୍ତୁ ନା କାହିଁକି, ଫୁଲକୋବି ଭଜା ଖାଇବାକୁ ଭୁଲନ୍ତି ନାହିଁ ।