ପରକୀୟା ପ୍ରୀତି ଏକ ସାମାଜିକ ଅପରାଧ । ପରପୁରୁଷ ସହିତ ବିବାହିତା ପତ୍ନୀଙ୍କୁ ଅନ୍ତରଙ୍ଗ ଅବସ୍ଥାରେ ଦେଖିବା ପରେ ଜଣେ ବ୍ୟକ୍ତି ଉଭୟଙ୍କୁ ହତ୍ୟା କରି ଥାନାରେ ହାଜର ହୋଇଛନ୍ତି ।
ହତ୍ୟା ଅଭିଯୁକ୍ତ କୋଲାଂଚିଙ୍କ ବୟସ ପ୍ରାୟ ୬୦ ବର୍ଷ ହେବ । ଦିନ ମଜୁରିଆ କାମ କରନ୍ତି । କୋଲାଂଚିଙ୍କର ଦୁଇଟି ପତ୍ନୀ । ଉଭୟଙ୍କ ଭିତରୁ ଜଣକର ନାମ ଲକ୍ଷ୍ମୀ ।
ଥଙ୍ଗରାଜ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଲକ୍ଷ୍ମୀଙ୍କର ଗୋପନ ସଂପର୍କ ଥିଲା । ଏ ବିଷୟ ଜାଣିବା ପରେ କୋଲାଂଚି ନିରବ ରହିଥିଲେ ।
ଗୁରୁବାର ଦିନ ଲକ୍ଷ୍ମୀଙ୍କ ସହିତ ତାଙ୍କ ପ୍ରେମିକଙ୍କୁ ଗୋଟିଏ ରୁମରେ ଦେଖିବା ପରେ କୋଲାଂଚି ମୁଣ୍ଡକୁ ରାଗ ଚଢ଼ିଗଲା । ସ୍ୱାମୀଙ୍କୁ ଅଚାନକ ଆଖି ଆଗରେ ଦେଖି ହଡ଼ବଡ଼େଇ ଯାଇଥିଲେ ଲକ୍ଷ୍ମୀ ।
ଏକ ଧାରୁଆ ଅସ୍ତ୍ର ହାତରେ ଧରି କୋଲାଂଚି ପ୍ରଥମେ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ । ଲକ୍ଷ୍ମୀଙ୍କ ରକ୍ତ ଜୁଡ଼ୁବୁଡ଼ ଶରୀରଟି ତଳେ ପଡ଼ିଯିବା ପରେ କୋଲାଂଚି ଝପଟି ଯାଇଥିଲା ଥଙ୍ଗରାଜ ଆଡକୁ ।
ଉଭୟଙ୍କୁ ନୃଂଶସ ଭାବେ ହତ୍ୟା କରିବା ପରେ କୋଲାଂଚି ସେମାନଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ।
ଦୁଇଟି ଯାକ ମୁଣ୍ଡକୁ ଗୋଟିଏ ବ୍ୟାଗରେ ପୁରାଇ ପ୍ରାୟ ୧୫୦ କିଲୋମିଟର ଚାଲି ଚାଲି ଯାଇ ଭେଲୋର ସେଂଟ୍ରାଲ ଜେଲ ନିକଟରେ ପହଂଚିଥିଲେ । ସେଠାକାର ଥାନାରେ ଆତ୍ମ ସମର୍ପଣ କରିଥିଲେ ।
ମୃତ ମହିଳାଙ୍କ ନାମ ଲକ୍ଷ୍ମୀ । ମୃତ ଥଙ୍ଗରାଜଙ୍କ ବୟସ ୫୫ ବର୍ଷ ହେବ । ତାମିଲନାଡୁର କାଲାକୁରୁଚି ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି ।
ଥାନାରେ ପହଂଚି ଅଭିଯୁକ୍ତ କୋଲାଂଚି କହିଛନ୍ତି, ପତ୍ନୀଙ୍କ ସହିତ ଥଙ୍ଗରାଜଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ସେ ହିତାହିତ ଶୂନ୍ୟ ହୋଇ ନାରକୀୟ କାଣ୍ଡ କରିଛି ।