ସାବଧାନ ଓଡ଼ିଶା, ୧୬ ତାରିଖ ପର୍ଯ୍ୟନ୍ତ ପବନ ଓ ବର୍ଷା

ସାବଧାନ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କାର୍ଯ୍ୟାଳୟ । ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତୁହାକୁ ତୁହା ପବନ, ଘଡ଼ଘଡ଼ି, ବଜ୍ରପାତ ଓ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଓଡ଼ିଶାର ସବୁ ଜିଲ୍ଲାରେ ଏକା ସମୟରେ ବର୍ଷା ହେବନି । ଚାଲିଯାଇଛି ବର୍ଷାଋତୁ । ତଥାପି ଆକାଶରେ ଭାସି ବୁଲୁଛି ବାଦଲ । କେତେବେଳେ କୋଉଠି ଅଜାଡ଼ି ହୋଇଯିବ, ଘଡ଼ଘଡ଼ି ମାରିବ, ବିଜୁଳି ମାରିବ, ପବନ ବହିବ, ସେ ସଂପର୍କରେ ଆଲର୍ଟ କରାଯାଇଛି ।

୧୨ ଓ ୧୩ ତାରିଖରେ କୋରାପୁଟ ଓ ମାଲକାନାଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଥଣ୍ଡା ପବନ ସାଙ୍ଗକୁ ବର୍ଷା ହୋଇପାରେ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର ଗୋଟିଏ ଅବା ଦୁଇଟି ଜାଗାରେ ବର୍ଷା ଓ ପବନ ହେବାର ଆଶଙ୍କା କରାଯାଇଛି ।

୧୪ ଓ ୧୫ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତି ଜିଲ୍ଲାର ଗୋଟିଏ ଅବା ଦୁଇଟି ଜାଗାରେ ବର୍ଷା ଓ ପବନ ହେବାର ଆଶଙ୍କା କରାଯାଇଛି । ୧୬ ତାରିଖ ଦିନ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ହୋଇପାରେ ।