ସାଧୁ ସାବଧାନ: ନଗଦ ହାତ ଉଧାରି ଶହେକୁ ଶହେ ଜରିମାନା

ସାବଧାନ ହୋଇଯାଆନ୍ତୁ ସାଧୁଗଣ । ଆଜିକାଲି ପ୍ରତି ଭାରତୀୟ ୟୁନିଫାଇଡ୍ ପେମେଂଟ ଇଂଟରଫେସ୍ (ୟୁପିଆଇ) ଜରିଆରେ ଟଙ୍କା ଦିଆନିଆ କରିବାକୁ ପସନ୍ଦ କରୁଛନ୍ତି ।

୫ ଟଙ୍କା ହେଉ ଅବା ୫ ଲକ୍ଷ । ୟୁପିଆଇ ଜରିଆରେ ଟଙ୍କା ଦେଣନେଣ ସମସ୍ତଙ୍କୁ ସୁହାଇଛି ।

କିନ୍ତୁ ଦିନକୁ ଦିନ ସରକାର ପୁରୁଣା ଆଇନକୁ ସଂଶୋଧନ କରୁଛନ୍ତି । ଯାହା ଫଳରେ ସାଙ୍ଗସାଥୀ ଅବା ବନ୍ଧୁବାନ୍ଧବଙ୍କୁ ଦୁର୍ଦ୍ଦିନ ସମୟରେ ଆର୍ଥିିକ ସହାୟତା କରିବା ‘ଆ ବଳଦ ମୋତେ ମାର’ ହେଲାଣି ।

ଆୟକର ବିଭାଗର କଡ଼ା ନଜରରୁ ସାଧାରଣ ଲୋକଟିଏ ଆଉ ଖସି ପାରିବନି । ବ୍ୟାଙ୍କ ଜମାଖାତା ସହିତ ପ୍ୟାନ ନମ୍ବର, ଆଧାର ନମ୍ବର ସଂଯୁକ୍ତ କରିବା ଏବେ ପ୍ରତି ଭାରତୀୟଙ୍କୁ ଅଡୁଆରେ ପକାଇଛି ।

ଆୟକର ବିଭାଗର କଟକଣା ଅନୁସାରେ ନଗଦ ୨୦ ହଜାର ଟଙ୍କାରୁ ଅଧିକ ଟଙ୍କା ପଇଠ କଲେ, ୨୦ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ । ଏହି ଜରିମାନା ରାଶି ଟଙ୍କା ଦେବା ଲୋକ ଓ ନେବା ଲୋକ ପ୍ରତି ଲାଗୁ ହେବ ।

ହାତ ଉଧାରି ହେଉ କି ଉପହାର ବାବଦ ହେଉ, ୨୦ ହଜାରକୁ ଲୟ ରଖି ଚାଲରେ ବାବୁ ବାଟ ।