ଉପ-ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ଶପଥ ସମାରୋହକୁ ଯାଇନାହାନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ରାଜନୈତିକ ଦଳଗୁଡ଼ିକ ଯଦି ଅଗଣତାନ୍ତ୍ରିକ ପଦବାଚ୍ୟ ନ ହୁଅନ୍ତି ।
ତେବେ ଉପ-ରାଷ୍ଟ୍ରପତିଙ୍କ ଶପଥ ସମାରୋହକୁ ବିରୋଧୀ ଦଳ ନେତା ଏଡାଇଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଅଭିଯୋଗ କରିଛି ବିଜେପି ।
ଉପ-ରାଷ୍ଟ୍ରପତି ନିର୍ବାଚନ ଲଢ଼େଇରେ ବିଜେପିର ଭିତିରି କାରସାଦି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଥିଲା । ରାଷ୍ଟ୍ରପତି ଭବନରେ ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ଉପ-ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ଏମ୍ ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ରାଜନାଥ ସିଂ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଉପସ୍ଥିତି ପରିବେଶକୁ ଜୀବନ୍ତ କରିଥିଲା ।
ଏକନାଥ କହିଛନ୍ତି, ସାମ୍ବିଧାନିକ ଇଭେଂଟରେ ବିରୋଧୀ ଦଳର ନେତାଗଣଙ୍କ ଯୋଗଦାନ ଏକ ଉତ୍ତର ଦାୟିତ୍ୱ ।