ବାରଙ୍ଗ ଅଂଚଳରୁ ୧୦ ଫୁଟିଆ ଅଜଗର ଉଦ୍ଧାର

କଟକ ଜିଲ୍ଲାର ବାରଙ୍ଗ ଅଂଚଳରୁ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି । ଶୁକ୍ରବାର ଦିନ ରାତିରେ ୧୦ ଫୁଟିଆ ଅଜଗରଟି ତ୍ରିଶୂଳିଆ-ବାରଙ୍ଗ ମୁଖ୍ୟ ରାସ୍ତାକଡ଼ ମଧୁପୁର ନିକଟରେ ଯାଉଥିଲା ବେଳେ ଲୋକଙ୍କ ଦୃଷ୍ଟିରେ ପଡ଼ିଥିଲା ।

ଅଜଗରଟି ଖାଦ୍ୟ ସଂଗ୍ରହ କରୁ କରୁ ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରି ଆସିଥିବା କଥା ଲୋକମାନେ କୁହାକୁହି ହେଉଥିଲେ ।

ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଭ୍ୟମାନେ ମଧୁପୁର ଗାଁରେ ପହଂଚିଥିଲେ ଓ ସାପଟିକୁ କାବୁ କରିଥିଲେ । ସାପଟିକୁ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା କଥା ଶୁଣିବାକୁ ମିଳୁଛି ।