ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ଲୋକଙ୍କ ମନରେ ଆଗ୍ରହ ନାହିଁ

ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ଲୋକଙ୍କ ମନରେ ଆଗ୍ରହ ନାହିଁ । ମ୍ୟାଚ୍ ଟିକେଟ୍ ବିକା କାର୍ଯ୍ୟକ୍ରମ ଧିମା ଥିବାରୁ ଏପରି ପୂର୍ବାନୁମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତବୋଲର ସୋଏବ ଅଖତର ।

କ୍ରିକେଟ୍ ଦୁନିଆରେ ରାଓଲପିଣ୍ଡି ଏକ୍ସପ୍ରେସ ଭାବେ ସୋଏବ ପରିଚିତ ।

ଆରମ୍ଭ ହୋଇଛି ଏସିଆ କପ୍ ୨୦୨୫ ମୁକାବିଲା । ‘ଅପରେସନ୍ ସିନ୍ଦୁର’ ପରେ ଭାରତ-ପାକିସ୍ତାନ କ୍ରିକେଟ୍ ଟିମ୍ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଉଥିବାରୁ ଲୋକଙ୍କ ମନରେ ନାନା ଆଶଙ୍କା ସୃଷ୍ଟି ହୋଇଛି ।

ସୋଏବ କହିଛନ୍ତି, ପେହଲଗାମ୍ ଆତଙ୍କୀ ହମଲା ପରଠାରୁ ଭାରତ-ପାକିସ୍ତାନ ରାଜନୈତିକ ମାହୋଲ ବିଗିଡ଼ି ଯାଇଛି ।

ଆମ ସମୟରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡ଼ିୟମ ବାହାରେ ଲୋକାରଣ୍ୟ ହୋଇଯାଉଥିଲା । ଲୋକଙ୍କ ଗହଳି ଭିତର ଦେଇ ମଇଦାନକୁ ଯିବା ପାଇଁ ଖେଳାଳିଙ୍କୁ ବେଶ କିଛି ସମୟ ଲାଗି ଯାଉଥିଲା ।

ଦେଶ ଭିତରେ ଅବା ବିଦେଶରେ, ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଅଧିକାଂଶ ଦେଶର ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥାଏ । କାଉଂଟରରେ ଟିକେଟ୍ ମିଳେନା ।

ଲୋକମାନେ ଦଲାଲଙ୍କ ନିକଟରୁ ଅଧିକ ମୂଲ୍ୟରେ ଟିକେଟ୍ କିଣନ୍ତି ।

କିନ୍ତୁ ମୁଁ ଶୁଶୁଛି, ଏଥର ଏସିଆ କପ୍ ୨୦୨୫ ଅବସରରେ ଭାରତ-ପାକିସ୍ତାନ କ୍ରିକେଟ୍ ଟିକେଟ୍ ବିକା ସଂପୂର୍ଣ୍ଣ ଧିମେଇ ଯାଇଛି । ଶତାଧିକ ଟିକେଟ୍ ଏବେ ସୁଦ୍ଧା ବିକ୍ରି ହୋଇପାରିନି ।

ସୂଚନାଯୋଗ୍ୟ, ୧୪ ତାରିଖ ଦିନ ଭାରତ-ପାକିସ୍ତାନ ମୁକାବିଲା ହେବ ।