ପ୍ରତିଷ୍ଠିତ ଦେବୀପୀଠରେ ଚାଲିଛି ତୃତୀୟ ଦିବସ ପୂଜାର୍ଚ୍ଚନା

ରାଜ୍ୟରେ ପ୍ରତିଷ୍ଠିତ ଦେବୀପୀଠରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନାର ତୃତୀୟ ଦିବସ ଶେଷ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ।

ମଙ୍ଗଳବାର ଦିନ ମା’ କଟକ ଚଣ୍ଡୀଙ୍କର ଭୁବନେଶ୍ୱରୀ ବେଶ କରାଯାଇଥିଲା । ବିଭିନ୍ନ ଦେବୀ ପୀଠଗୁଡ଼ିକରେ ମା’ଙ୍କୁ ଭିନ୍ନ ଭିନ୍ନ ବେଶରେ ପୂଜାର୍ଚ୍ଚନା କରାଯାଉଛି ।

ଗଡ଼ଚଣ୍ଡୀ ମନ୍ଦିରରେ ମା’ଙ୍କର ସରସ୍ୱତୀ ବେଶ ଦେଖିବାକୁ ମିଳିଥିଲା । ଯାଜପୁରରେ ମା’ ବିରଜା, କାକଟପୁରରେ ମା’ ମଙ୍ଗଳା, ଗଞ୍ଜାମରେ ମା’ ତାରିଣୀ, ବାଙ୍କିରେ ମା’ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ଚାଲିଛି ।

ତୁହାକୁ ତୁହା ବର୍ଷାରେ ଓଦା ହୋଇ ଲୋକମାନେ ମା’ଙ୍କ ଦର୍ଶନ କରୁଛନ୍ତି । ଲୋକମାନଙ୍କୁ ଶୃଙ୍ଖଳାର ସହିତ ଦର୍ଶନ କରାଇବା ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସକୁ ଏକାଧିକ ସଂଗଠନ ସାହାଯ୍ୟ କରୁଛନ୍ତି ।