ଚାରାରୋପଣ କାମଟାକୁ ସାରିଦେଇ ରାଜ୍ୟର ମୋହନ ସରକାର ଆତ୍ମଶାନ୍ତି ପାଇଛନ୍ତି । ଏବେ ଚାରାଗୁଡ଼ିକର ଲାଳନ ପାଳନ ଦାୟିତ୍ୱଟା ୩୦ ଜଣ ଜିଲ୍ଲାପାଳଙ୍କୁ ଦିଆଯାଉ ।
ପ୍ରତି ମାସରେ ଚାରାଗୁଡ଼ିକ କେତେ ଫୁଟ ବଢ଼ିଲେ, ତା’ର ଗୋଟିଏ ରେଜିଷ୍ଟର ବ୍ୟବହାର କରାଯାଉ । ଚାରାଗୁଡ଼ିକର ଲାଳନ ପାଳନ ପାଇଁ ପ୍ରତି ମାସରେ ରାଜକୋଷରୁ କିଛି ଟଙ୍କା ବାହାର କରିବାର ବାଟ ତିଆରି କରାଯାଉ ।
କୋଟିଏ ୪୯ ଲକ୍ଷ ଗଛ ପୋତିଛ ବୋଲି ଦାବି କରୁଛ, ତା’ ଭିତରୁ ୧୪୯ଟି ଗଛ ବଂଚିବା ମୁସ୍କିଲ । ରାଜ୍ୟବାସୀଙ୍କ ମୁଣ୍ଡରେ ଗଛ ପୋତିବାର ମୁକୁଟ ପିନ୍ଧାଇବା ବାହାନାରେ ରାଜକୋଷରୁ ଗଛ କିଣା, ଗଛ ପୋତିବା ସ୍ଥାନ ନିରୂପଣ, ଗଛ ପୋତିବା, ବିଶିଷ୍ଟ ଲୋକଙ୍କ ପରିବହନ ପ୍ରଭୃତି ଐତିହାସିକ ଖର୍ଚ୍ଚ ବାବଦକୁ ଯେତିକି ପରିମାଣର ଧନ ବୋହିଯାଇଛି, ତା’ର କୌଣସି ମୂଲ୍ୟ ରହିବନି ।’ ଏମିତି ମନ୍ତବ୍ୟ ପ୍ରକାଶ କରିଛନ୍ତି ସମାଜସେବୀ ଆଚାର୍ଯ୍ୟ ଧର୍ମରାଜ ।
ଆଚାର୍ଯ୍ୟ ଧର୍ମରାଜଙ୍କ ମତରେ ରାଜକୋଷରୁ ଟଙ୍କା ଖର୍ଚ୍ଚ କରିବାର ଯେଉଁସବୁ ଐତିହାସିକ ବାହାନା କରୁଛନ୍ତି ରାଜ୍ୟର ମୋହନ ସରକାର । ତାକୁ ମୁଣ୍ଡପାତି ଗ୍ରହଣ କରିବା ଛଡ଼ା ରାଜ୍ୟବାସୀଙ୍କ ନିକଟରେ ବିକଳ୍ପ ବ୍ୟବସ୍ଥା ନାହିଁ ।
ସବୁଠାରୁ ଦୁଃଖର କଥା ହେଉଛି, ରାଜକୋଷରୁ ଯୋଉ ନେତାଙ୍କ ଜନ୍ମଦିନ ପାଳନ ବାବଦକୁ ଟଙ୍କା ଖର୍ଚ୍ଚ କରାଗଲା । ସେହି ନେତାଜଣକ ବିଜେପିର ବରିଷ୍ଠ ନେତା ନା ଦେଶର ପ୍ରଧାନମନ୍ତ୍ରୀ । ଦେଶର ପ୍ରଧାନମନ୍ତ୍ରୀଙ୍କ ଜନ୍ମ ତାରିଖ ଓ ନରେନ୍ଦ୍ର ମୋଦୀଙ୍କ ଜନ୍ମ ତାରିଖ କେବେ ସମାନ ହୋଇ ନପାରେ ।
ବିଜେପି ନେତା ମୋହନ ଚରଣ ମାଝି ତାଙ୍କ ଗଡ୍ ଫାଦର ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସଟିକୁ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ରାଜକୋଷକୁ ବ୍ୟବହାର କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ବଳରେ । ଏ କଥାଟିକୁ ରାଜ୍ୟର ସାଢ଼େ ଚାରିକୋଟି ଜନତା ବୁଝିବା ଦରକାର ।
ମୋହନ ଚରଣ ମାଝି ତାଙ୍କ ପକେଟରୁ ଟଙ୍କା ଖର୍ଚ୍ଚ କରି ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରନ୍ତୁ । ଗଛ ପୋତନ୍ତୁ, ଗଛ ଓପାଡ଼ନ୍ତୁ, ଗଛ କାଟନ୍ତୁ, ଗଛ ବିକନ୍ତୁ, ଗଛକୁ ଯାହା କରିବାର ଅଛି କରନ୍ତୁ ।
ମୋହନ ଚରଣ ମାଝି ମାନସିକ ଅସ୍ଥିରତା ଭିତରେ ରହି ଗଛପୋତା କାର୍ଯ୍ୟକ୍ରମଟିକୁ କାହା ଉଦେ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି, ଠିକ ଭାବରେ କହି ପାରିନାହାନ୍ତି ।
ସେପ୍ଟେମ୍ବର ୧୭ ତାରିଖଟି କେବେ କୋଉ ସରକାର ସେବା ପର୍ବ ଭାବେ ଘୋଷଣା କରିଛନ୍ତି । ସେଇଟା ରାଜ୍ୟବାସୀ ଜାଣିବା ଦରକାର ।
ମୋଦୀଙ୍କ ଜନ୍ମଦିନ ପାଳନ କରିବାକୁ ଯାଇ କୋଟିଏରୁ ଅଧିକ ଗଛ ପୋତିବାର ମାନେ କ’ଣ? ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରକୃତରେ କେତେ ଗଛ ପୋତା ଯାଇଛି, ତା’ର ସଠିକ ବିବରଣୀ ରାଜ୍ୟ ସରକାରଙ୍କ ନିକଟରେ ନାହିଁ ।
ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ରେ ସେପ୍ଟେମ୍ବର ୧୭ ତାରିଖ ଦିନ ୧ କୋଟି ୪୯ ହଜାର ଚାରା ରୋପଣ ଉଲ୍ଲେଖ କରାଯାଇଥିଲା ବେଳେ ଦି ହିନ୍ଦୁସ୍ଥାନ ଟାଇମ୍ସ ୱେବସାଇଟରେ ୧ କୋଟି ୪ ହଜାର ଚାରା ରୋପଣ କରାଯାଇଥିବା ଦର୍ଶାଯାଇଛି ।
ଉଭୟ ଖବର ଭିତରୁ କୋଉଟା ଠିକ?