ଦୁଇଟି ବିଇଡି ସାର୍ଟିଫିକେଟ୍ ଭିତରୁ କାହା ବଳରେ ସରକାରୀ ଚାକିରି କରିଥିଲେ ଆଶାରାଣୀ କର । ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡ଼ା ବ୍ଲକ ଅନ୍ତର୍ଗତ କାକଡ଼ାଗୁମା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶାରାଣୀ ।
ଆର୍ ଟି ଆଇ ତଥ୍ୟକୁ ଟିକିନିଖି ଯାଂଚ କରିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆଶାରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସାଧାରଣ ଲୋକଙ୍କ ମତରେ ଦୁଇଟି ସାର୍ଟିଫିକେଟ୍ ଭିତରୁ ଗୋଟିଏ ନିଶ୍ଚିତ ଭାବେ ଜାଲ ହୋଇଥିବ । ତେବେ କୋଉଟା? ସେଇ ପ୍ରଶ୍ନର ଜବାବ ଶିକ୍ଷା ବିଭାଗ ନିକଟରେ ଅଛି ।
ଏବେ ଆଶାରାଣୀଙ୍କୁ ପାଠ ପଢ଼ା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି, ତାଙ୍କୁ କୋସାଗୁମୁଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ କାମ କରିବାକୁ କୁହାଯାଇଛି ।
ଦୁଇଟି ଯାକ ସାର୍ଟିଫିକେଟରେ ସମାନ ନାମ ରହିଛି, କିନ୍ତୁ ଭିନ୍ନ ଭିନ୍ନ ପଞ୍ଜୀକରଣ ଓ କ୍ରମିକ ସଂଖ୍ୟା ଦେଖିବାକୁ ମିଳିଛି । ତା’ ସହିତ ଦୁଇଟି ଯାକ ସାର୍ଟିଫିକେଟ୍ ଉପରେ ରହିଥିବା ପରୀକ୍ଷା ପରିଚାଳକଙ୍କ ଦସ୍ତଖତ ମେଳ ଖାଉନି ।
ଦୁଇଟି ସାର୍ଟିଫିକେଟ୍ ବିବାଦର ସମାଧାନ ହୋଇ ନପାରିଲେ, ଶିକ୍ଷୟିତ୍ରୀ ଚାକିରିଟା ହରାଇ ପାରନ୍ତି ଆଶାରାଣୀ ।