ଜଳଭଣ୍ଡାର ଭିତରକୁ ଖସିପଡ଼ିଛି ଏକ ଖାଲି କଂଟେନର । ଗୁରୁବାର ଦିନ ଗଜପତି ଜିଲ୍ଲାର ହରଭଙ୍ଗି ଜଳଭଣ୍ଡାରକୁ କଂଟେନରଟି ଖସିପଡ଼ିବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ତେବେ ପ୍ରବଳ ବର୍ଷା କାରଣରୁ ଜଳଭଣ୍ଡାରରେ ଜଳସ୍ତର ଯଥେଷ୍ଟ ଉପରେ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହୋଇଚି ।
କଂଟେନର ଭିତରେ କୌଣସି ଜିନିଷପତ୍ର ନଥିଲା ବୋଲି ଚାଳକ ସୂତ୍ରରୁ ପ୍ରକାଶ । ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ କ୍ରିସ୍ତାପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଚାଳକଙ୍କ ହାତରୁ ନିୟନ୍ତ୍ରଣ ହରାଇ କଂଟେନରଟି ଜଳଭଣ୍ଡାରକୁ ଖସିପଡ଼ିଲା ବୋଲି ଶୁଣିବାକୁ ମିଳିଛି । କଂଟେନରଟି ରାୟଗଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ।
ଆଶ୍ଚର୍ଯ୍ୟର ବିଷୟ, ଘଡ଼ଘଡ଼ ହୋଇ କଂଟେନରଟି ଜଳଭଣ୍ଡାର ଭିତରକୁ ଖସୁଥିଲା ବେଳେ ଚାଳକ ଜଣକ ମନରେ ସାହସ ଜୁଟାଇ ବୁଦ୍ଧି ଖଟାଇ ଚାଳକ ଆସନ ନିକଟରୁ ବାହାରକୁ କୁଦା ମାରି ମରଣ ମୁହଁରୁ ବଂଚି ଯାଇଥିଲେ ।