ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ଦିନକରେ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଦ୍ୱାରା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବା ଜଣାଯାଇଛି ।
ଅନ୍ୟପଟେ ରାଜ୍ୟରେ ୩୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ ଜଣ କ୍ୱାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୩ଟି ହେଉଛି ଲୋକାଲ୍ କେସ୍ ରହିଛି ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୧, ବରଗଡ଼ରୁ ୧୫, ଭଦ୍ରକରୁ ୫, ବଲାଙ୍ଗିରରୁ ୧୦, କଟକରୁ ୨୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ଜଣେ, ଗଜପତିରୁ ୨, ଗଞ୍ଜାମରୁ ୮, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୭, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧୦, କୋରାପୁଟରୁ ୩, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୨, ନୂଆପଡ଼ାରୁ ୧୧, ପୁରୀରୁ ୨୧, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୧ ଓ ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।
ସେହିପରି ଷ୍ଟେଟ୍ ପୁଲ୍ରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।୩,୧୯,୦୬୯ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୧୫୬ ଜଣ ଚିକିତ୍ସାଧୀନ ଅଛନ୍ତି।