ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଓଡ଼ିଶା ପୋଲିସ ଡିଜି ଅଭୟ ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଓଡ଼ିଶା ପୋଲିସ ପକ୍ଷରୁ ଏନେଇ ଟ୍ୱିଟ କରି ଜଣାଯାଇଛି।

ତେବେ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିଲା। ଏହି ଗସ୍ତରେ ଡିଜିପିଙ୍କ ସହିତ ଅମିତାଭ ଠାକୁର, ଅନିରୁଦ୍ଧ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।