ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ୧୯ ଦିନରେ ଆନ୍ଦୋଳନ ଜାରି ରହିଛି । ଆଜି ଦିନିକିଆ ଅନଶନରେ ବସିଛନ୍ତି ଚାଷୀ। ହେଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ଦେଖାଦେଇଛି। ଦୁଇ ଦଳର ଆରୋପ ପ୍ରତ୍ୟାରୋପକୁ ନେଇ ଚାଷୀ ଆନ୍ଦୋଳନ ପଛରେ ରାଜନୀତିର ଉଦେଶ୍ୟକୁ ପ୍ରତିପାଦିତ କରୁଛି।
ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ମୁଁ ଆରମ୍ଭରୁ ଚାଷୀଙ୍କ ସହିତ ରହିଛି। ଦିଲ୍ଲୀ ଷ୍ଟାଡିୟମକୁ ଜେଲରେ ପରିଣତ କରିବା ପାଇଁ କେନ୍ଦ୍ର ଅନୁମତି ମାଗିଥିଲା। ହେଲେ ସେ ଏହାକୁ ବିରୋଧ କରି ଅନୁମତି ଦେଇଥିଲେ । ସେ ଚାଷୀଙ୍କ ସେବାଦାର ହୋଇ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।
ଅନ୍ୟପଟେ କିନ୍ତୁ କଂଗ୍ରେସ ନେତା ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଆନ୍ଦୋଳନକୁ ନେଇ ସିଧା ଟାର୍ଗେଟ କରିଛନ୍ତି। ପୁଅକୁ ଇଡି ମାମଲାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସହିତ ଅମରିନ୍ଦର ସେଟିଂ କରିଛନ୍ତି। ଏଭଳି କରି ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି।ଏହାକୁ ନେଇ ବାସ୍ତବିକ ଚାଷୀ ଆନ୍ଦୋଳନର ସମର୍ଥନରେ କିଏ ରହିଛନ୍ତି ତାହା ସବୁଠୁ ବଡ ପ୍ରଶ୍ନ ହୋଇସାହିଦ ହୋଇଥିବା ବେଳେ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି ।