ମାରିଆ କୋରିନା ମାଚାଡୋ କିଏ?

ନରୱେଜିଆନ୍ ନୋବେଲ୍ କମିଟି ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ 2025 ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରିଛି।ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଅକ୍ଳାନ୍ତ ପ୍ରୟାସ ଏବଂ ଏକଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ପାଇଁ ତାଙ୍କ ସଂଘର୍ଷ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।

 

 

 

 

ଏହାର ଘୋଷଣା କରି କମିଟି କହିଛି, “୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଶାନ୍ତିର ଜଣେ ସାହସୀ ଏବଂ ପ୍ରତିବଦ୍ଧ ଚାମ୍ପିଅନଙ୍କୁ ପ୍ରଦାନ କରାଯାଉଛି,ଜଣେ ମହିଳା ଯିଏ ବଢ଼ୁଥିବା ଅନ୍ଧାର ମଧ୍ୟରେ ଗଣତନ୍ତ୍ରର ଶିଖା ଜଳାଇ ରଖନ୍ତି।” ଘୋଷଣା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପୁରସ୍କାର ଜିତିବେ ବୋଲି କଳ୍ପନାଜଳ୍ପନା କରାଯାଉ

ଥିଲା।