ଚାଷୀ ଆନ୍ଦୋଳନ: ଦିନକୁ ୩୫ ଶହ କୋଟି କ୍ଷତି-shaksi news

ନୂଆଦିଲ୍ଲୀ: ୨୧ ଦିନରେ ପହଁଚିଛି କୃଷକ ଆନ୍ଦୋଳନ । ଆଉ ଏହି କୃଷକ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହେଉଛି ଦେଶର ଅର୍ଥନୀତି । ବାଣିଜ୍ୟ ଓ ଶିଳ୍ପ ସଂସ୍ଥ. ଆସୋଚାମ ଏଭଳି କିଛି କହିଛନ୍ତି। ଆସୋଚାମର କହିବା ଅନୁସାରେ, ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ଗଭୀର ପ୍ରଭାବିତ ହୋଇଛି । ଦିନକୁ ପ୍ରାୟ ୩୫ ଶହ କୋଟି କ୍ଷତି ହେଉଛି ।

ତେବେ କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ସପ୍ତାହ ହେଲା ଚାଲିଛି । ଆଉ ୨୧ ଦିନରେ ୭୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଲାଣି । କୃଷି ଆଇନ ନେଇ ଆନ୍ଦୋଳନ ଚାଲିଥିବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ଓ ଚାଷୀ ନିଜ ନିଜ ଆନ୍ଦୋଳନରେ ଅଟଳ ରହିଛନ୍ତି । ଫଳରେ ଆନ୍ଦୋଳନ ପ୍ରତ୍ୟାହାର ବର୍ତମାନ କମ ଦେଖାଯାଉଛି । ବିଶେଷଭାବେ ଏହାଦ୍ୱାରା ଉତ୍ତରଭାରତ ଅର୍ଥାତ ପଞ୍ଜାବ, ହରିୟାଣାଓ ହିମାଚଳ ଅର୍ଥନୀତି ଉପରେ ଏହି ଆନ୍ଦୋଳନର ଗଭୀର ପ୍ରଭାବ ପଡିଛି ।

ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ହେବ । ପ୍ରଧାନବିଚାରପତିଙ୍କ ସମେତ ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ୩ଟି ମାମଲା ଦାୟର ହୋଇଛି । ଗୋଟିଏ ଆବେଦନରେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ, ଏଭଳି ଆନ୍ଦୋଳନ ଦ୍ୱାରା କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଛି । ଜୁରୀର କାଳୀନ ସେବା ବି ବାଧାପ୍ରାପ୍ତ ହେଉଛି । ଅନ୍ୟ ଏକ ଆବେଦନରେ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।

ସେହିପରି ଆନ୍ଦୋଳନକୁ ଯୋଗୁ ଦିଲ୍ଲୀବାସୀ ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ହରିଆଣା ଦିଲ୍ଲୀରେ ଥିବା କାରଖାନା ପ୍ରଭାବିତ ହୋଇଛି। ଆର୍ଥିକ ସ୍ଥିତି ଖରାପ ହେଉଥିବାରୁ ଏହି ପରିପ୍ରେକ୍ଷୀରେ ସିଆଇଆଇ ଏକ ରିପୋର୍ଟ ଦେଇଛି। ଦିଲ୍ଲୀ ହରିଆଣା ରାସ୍ତାରେ ଗ୍ରେଟର କୁଣ୍ଡଳୀ ଶିଳ୍ପାଞ୍ଚଳ ରହିଛି। ଏହିଠାରେ ଅଧିକାଂଶ କାରଖାନା ସହିତ ଶୀତଳ ଭଣ୍ଡାର ରହିଛି। ଏବେ ଆନ୍ଦୋଳନ ଚାଲିଥିବାରୁ ଏହି ସବୁ କାରଖାନା ତଥା ଶିଳ୍ପ ସଂସ୍ଥାରୁ ମାଲ ପରିବହନ ସେବା ବ୍ୟାହାତ ରହିଛି। ଡ୍ରାଏ ଫ୍ରୁଟ୍ସ ବ୍ୟବସାୟ କରୁଥିବା ବ୍ୟବସାୟୀ ରିତେଶ ବଜାଜ କହିଛନ୍ତି, ଡ୍ରାଏ ଫ୍ରୁଟ୍ସ ବିଭିନ୍ନ ସ୍ଥାନରୁ ଆଣି ପ୍ୟାକେଜ କରି ଦିଲ୍ଲୀର ହୋଲସେଲ ବଜାରରେ ପହଞ୍ଚାଇଥାନ୍ତି। ହେଲେ ଚାଷୀ ଆନ୍ଦୋଳନରେ ବସିଥିବାରୁ ଏହି ସେବା ପ୍ରଭାବିତ ହୋଇଛି। ଏଥିପାଇଁ ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।