ସ୍ତ୍ରୀଙ୍କ ପ୍ରତି ସ୍ବାମୀଙ୍କ ଅତ୍ୟାଚାରରେ ଆଗରେ କର୍ଣ୍ଣାଟକ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଅନେକ ସମୟରେ ଘରୋଇ ହିଂସାର ଶିକାର ହୋଇଥାନ୍ତି ବିବାହିତ ମହିଳା। ଶାଶୁଘରେ ସ୍ବାମୀଙ୍କଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଥାଏ । ଏପରିକି ସ୍ବାମୀମାନେ ସେମାନଙ୍କ ସ୍ତ୍ରୀଙ୍କ ପ୍ରତି ବହୁ ଅତ୍ୟାଚାର, ହିଂସା ଆଚରଣ କରୁଛନ୍ତି।ଏଭଳି ଆଚରଣରେ ୧୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି।


ତେବେ ଦ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନଏଚଏଫଏସ)-୫ (୨୦୧୯-୨୦) ତଥ୍ୟରୁ ଏହା ଜଣାପଡ଼ିଛି। ତଥ୍ୟ ଅନୁସାରେ ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେଥିରୁ ୪୪ ପ୍ରତିଶତ ମହିଳା ତାଙ୍କ ଜୀବନ କାଳରେ ସ୍ବାମୀଙ୍କଠାରୁ ହିଂସାର ଶିକାର ହୋଇଛନ୍ତି।


ଏନେଇ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧତ ଏହି ସର୍ଭେ ରିପୋର୍ଟ ଉନ୍ମୋଚନ କରିଥିଲେ। ସର୍ଭେ ଅନୁସାରେ, ବିହାର ହେଉଛି ୨ୟ ରାଜ୍ୟ, ଯେଉଁଠି ୪୦ ପ୍ରତିଶତ ମହିଳା ସ୍ବାମୀଙ୍କଠାରୁ ଅତ୍ୟାଚାର ଏବଂ ହିଂସା ଆଚରଣର ଶିକାର ହୋଇଛନ୍ତି। ୩ୟ ସ୍ଥାନରେ ରହିଛି ମଣିପୁର (୩୯.୬%), ୪ଥରେ ତେଲେଙ୍ଗାନା (୩୬.୯%), ୫ମରେ ଆସାମ (୩୨%) ଏବଂ ୬ଷ୍ଠରେ ଆନ୍ଧ୍ର ପ୍ରଦେଶ (୩୦%) ରହିଛି ।