ଭୁବନେଶ୍ୱର( ଏସ୍ ନ୍ୟୁଜ ):ଡିଜିଟାଲ ପେମେଣ୍ଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନ୍ୟାସଲନ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ବିନା ଇଣ୍ଟରନେଟରେ ମୋବାଇଲ ଓ କାର୍ଡ ପେମେଣ୍ଟ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାକୁ ନେଇ ବର୍ତମାନ ଅଫଲାଇନ ବା ବିନା ଇଣ୍ଟରନେଟରେ କାର୍ଡ ଜରିଆରେ ପେମେଣ୍ଟ କରିପାରିବେ ।
ପୂର୍ବରୁ କେବଳ ଇଣ୍ଟରନେଟ ଥିଲେ ହିଁ ପେମେଣ୍ଟ କରିପାରୁଥିଲେ। ଏପରି ପେମେଣ୍ଟ କରିବା ପାଇଁ ଇଣ୍ଟରନେଟର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଏବେ ବିନା ଇଣ୍ଟରନେଟରେ ମଧ୍ୟ ଏହି ସୁବିଧା ଉଠାଇପାରିବେ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ ସେବା ନାହିଁ, ସେହି ଅଞ୍ଚଳର ଲୋକମାନଙ୍କ ପାଇଁ ଏହି ଯୋଜନା ବେଶ୍ ଉପଯୋଗୀ ହେବ ବୋଲି ଆଶା କରାଯାଇଛି ।
ଏହା ଦୂରଦୂରାନ୍ତ ଏବଂ ଦୁର୍ବଳ ଇଣ୍ଟରନେଟ ସୁବିଧା ଥିବା ଅଞ୍ଚଳର ଉଭୟ ଗ୍ରାହକ ଓ ଦୋକାନୀମାନଙ୍କ ପାଇଁ ବିଶେଷ ସହାୟକ ହେବ । ରୂପେ କାର୍ଡଧାରୀ ମାନେ ନ୍ୟାସନାଲ କମନ ମୋବିଲିଟି କାର୍ଡ ଜରିଆରେ ଅଫଲାଇନ କାରବାର ଲାଗି ଟଙ୍କା ରଖିପାରିବେ । ଏନସିଏମସ୍ ୱାଲେଟ କୁ ଲୋକ ମାନେ ବସ୍ ଟିକେଟ କିଣିବା, କ୍ୟାବ ଭଡା ଦେବା କିମ୍ବା ମେଟ୍ରୋ ଟିକେଟ କିଣିବା ଭଳି କାମ ପାଇଁ ବ୍ୟବହାର କରି ପାରିବେ। ଏଯେଉଁଥିରେ ଆହୁରି ଶୀଘ୍ର ପେମେଣ୍ଟ ହୋଇପାରିବ । ଏହା କମ ସମୟ ମଧ୍ୟରେ ‘ଟ୍ୟାପ ଆଣ୍ଡ ଗୋ’ ମୋଡ଼ ରେ ଉପଲବ୍ଧ ହେବ ସହ ପେମେଣ୍ଟ ହୋଇଯିବ ।