DNA ଖୋଲିବ ପରି ହତ୍ୟାର ରହସ୍ୟ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ଆରମ୍ଭ ହୋଇଛି ନୟାଗଡ ପରୀ ମୃତ୍ୟୁ ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା। ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାକୁ ନେଇ ଏହି ପରୀକ୍ଷା କରାଯାଉଛି ।ପରେ ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ ମ୍ୟାଚ କରାଯିବ ।ଗତକାଲି ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ତଥ୍ୟ ଦେଇଥିଲା । ପରୀ ଗାଁରୁ ହିଁ ଏ ନେଇ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା ।

ସୂଚନା ଥାଉକି, ଜୁଲାଇ ୧୪ ତାରିଖରୁ ପରୀ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ ସେ ଆଉ ଜୀବିତ ନଥିଲା । ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀ ପିନ୍ଧିଥିବା ଡ୍ରେସ ରେ ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଝିଅକୁ ନ୍ୟାୟ ନମିଳିବା ଏହାକୁ ନେଇ ବିଧାନସଭା ଆଗରେ ନଭେମ୍ବର ୨୪ ତାରିଖରେ ପରୀଙ୍କ ବାପା ମା ନିଜ ଉପରେ ଡିଜେଲ ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କଲେ । ଏହାପରେ ରାଜନୀତି ଜୋର ଧରିଥିଲା । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେପି ହଟ୍ଟଗୋଳ କରିଥିଲା । ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜୋର ଧରିଥିଲା । ଏପରିକି କଂଗ୍ରେସ ଓ ବିଜେପି ଟିମ ଯଦୁପୁର ଯାଇ ପରୀଙ୍କ ପରିବାରକୁ ଭେଟିଥିଲେ ।