ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୨୫ରେ ପହଞ୍ଚି ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୫ ମୃତକଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ବାଲେଶ୍ୱର, ଜଗତସିଂହପୁର ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି।
ଅନ୍ୟପଟେ ରାଜ୍ୟରେ ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନ୍ ଥିଲେ। ବାକି ୧୪୮ଟି ହେଉଛି ଲୋକାଲ୍ କେସ୍ ଅଛନ୍ତି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୧୭, ବରଗଡ଼ରେ ୮, ଭଦ୍ରକରେ ୫, ବଲାଙ୍ଗିରରେ ୧୦, ବୌଦ୍ଧରେ ୨, କଟକରେ ୨୭, ଦେବଗଡ଼ରେ ୨, ଢେଙ୍କାନାଳରେ ୩, ଗଞ୍ଜାମରେ ୨, ଜଗତସିଂହପୁରରେ ୮, ଯାଜପୁରରେ ୬, ଝାସୁଗୁଡ଼ାରେ ୧୧, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୮, କୋରାପୁଟରେ ୧, ମାଲକାନଗିରିରେ ୨, ମୟୂରଭଞ୍ଜରେ ୧୭, ନବରଙ୍ଗପୁରରେ ୬, ନୟାଗଡ଼ରେ ଜଣେ, ନୂଆପଡ଼ାରେ ୨୧, ପୁରୀରେ ୩, ସମ୍ବଲପୁରରା ୨୬ ଓ ସୋନପୁରରେ ଜଣେ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୪୭ରେ ପହଞ୍ଚିଥିବା ବେଳେ ୩,୨୦,୨୦୮ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୬୧ ଜଣ ଚିକିତ୍ସାଧୀନ ରହିଛନ୍ତି।