ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ବରିଷ୍ଠ IFS ଅଭୟକାନ୍ତ ପାଠକଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିଶ କରିଛନ୍ତି ।

ବରିଷ୍ଠ IFS ଅଭୟକାନ୍ତ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହାପରେ ଉଭୟ ପାଠକ ବାପ ପୁଅଙ୍କ ଅମାପ ସମ୍ପତ୍ତି, ଭଳିକି ଭଳି ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ, ତଥା ସଉକ ଆଦି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ କରିଦେଇଥିଲା ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୋଟିପତି ବାପପୁଅଙ୍କ ଆକାଉଣ୍ଟରୁ ପ୍ରାୟ ୨୦ କୋଟି ଟଙ୍କା ମିଳିସାରିଥିବା ବେଳେ ଅଭୟକାନ୍ତଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଏହାପରେ ବାପପୁଅ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି।ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନର ଏହା ପ୍ରଥମ ଘଟଣା ହେବ।