କୃଷକଙ୍କର ରହିଛି ଆନ୍ଦୋଳନର ଅଧିକାର, କରିପାରିବେନି ରାସ୍ତା ବନ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୨୨ ଦିନରେଜାରି ରହିଛି କୃଷକଙ୍କ ଆନ୍ଦୋଳନ । ନା ସରକାର ତାଙ୍କ ଜିଦରୁ ଓହୁରୁଛନ୍ତି ନା କୃଷକ । ଏହା ମଧ୍ୟରେ ମାମଲା ସୁପ୍ରିମକୋର୍ଟରେ ପହଁଚିଛି । ଜଣେ ଆବେଦନକାରୀ ଆନ୍ଦୋଳନ ଫଳରେ ରାସ୍ତା ବନ୍ଦକୁ ନେଇ ସାଧାରଣ ଲୋକମାନେ ହଇରାଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମମଲା ଦାୟର କରିଥିଲେ । ଆଜି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି କି କୃଷକ ମାନଙ୍କର ଆନ୍ଦୋଳନ କରିବାର ଅଧିକାର ରହିଛି । କିନ୍ତୁ ଆନ୍ଦୋଳନକାରୀ ମାନେ କୌଣସି ରାସ୍ତାକୁ ବନ୍ଦ କରିପାରିବେ ନାହିଁ।

ସେହିପରି କହିଛନ୍ତି ଯେ ଏହା ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବ ନାହିଁ । ହେଲେ ଆନ୍ଦୋଳନ ସମୟରେ ଯେମିତି କାହାର ଧନ ଜୀବନ ପ୍ରତି କ୍ଷତି ନପହଂଚିବ ତା ଉପରେ ନଜର ରଖିବାକୁ ହେବ । ଆନ୍ଦୋଳନକାରୀ ମାନେ କୌଣସି ରାସ୍ତାକୁ ବନ୍ଦ କରିପାରିବେ ନାହିଁ ବୋଲି ମୁଖ୍ର ବିଚାରପତି ଏଏସ୍ ବୋବଡେ କହିଛନ୍ତି । ଆର୍ଟନିକ ଜେନେରାଲ କେକେ ବେଣୁଗୋପାଳ କହିଥିଲେ କି ବିରୋଧ ପ୍ରଦର୍ଶନ ସମରେ ଅଧିକାଂଶ କୃଷକ ମାସ୍କ ବ୍ୟବହାର କରୁନଥିବାରୁ ସେମାନେ ଯେତେବେଳେ ଆନ୍ଦୋଳନ ସାରି ଗାଁକୁ ଫେରିବେ ସେତେବେଳେ ସେଠାରେ କରୋନା ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅନ୍ୟପଟେ କୃଷକଙ୍କ ଆନ୍ଦୋଳନ ନେଇ କୌଣସି ଆଦେଶ ଜାରି କରିନାହାନ୍ତି କୋର୍ଟ । ଆଜି ଶୁଣାଣି ଶେଷ ହୋଇନଥବା ବେଳେ ପୁଣି କେବେ ଶୁଣାଣି ହେବ ତାହା କୋର୍ଟ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । କୃଷକ ସଂଗଠନର ପକ୍ଷ ଶୁଣିବା ପରେ ମାମଲାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଏହି ମାମଲାର ଶୁଣାଣି ଗତ କାଲି ହୋଇଥିଲା । ହେଲେ ଆଉ କିଛି ଶୁଣାଣି ଆଜିକୁ ବାକିଥିଲା ଯାହା ହୋଇପାରିନାହିଁ ।

ସେପଟେ ଆନ୍ଦୋଳନ ସ୍ଥଳରେ ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳିଛି। ଯେଉଁଥିରେ ‘ଆମେ ଚାଷୀ, ଆତଙ୍କବାଦୀ ନୁହେଁ’ ବୋଲି ନାରା ରହିଛି। ହେଲେ ଏବେ ଏହି ପୋଷ୍ଟର ମଧ୍ୟରେ ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି। ଯାହାକି ଆନ୍ଦୋଳନର ଅସଲ ଉଦ୍ଦେଶ୍ୟକୁ ସନ୍ଦେହ ଘେରକୁ ଆଣିଛି।

ଆନ୍ଦୋଳନ ସ୍ଥଳରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ସମେତ ୧୭ ଜଣଙ୍କୁ ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ଜଗତର ସିଂହ ହାୱାର ଏବଂ ତା ସହଯୋଗୀଙ୍କ ପୋଷ୍ଟର ରହିଛି। ଆନ୍ଦୋଳନରତ ଚାଷୀଙ୍କ ଖାଇବା ପାଇଁ ଏକ ଲଙ୍ଗର ଷ୍ଟଲ ରହିଛି। ଅକାଲ୍ ୟୁଥ୍ ନାମକ ସଂସ୍ଥା ଏହି ଷ୍ଟଲ ଦେଇଛି। ଯେଉଁଠାରେ ଏକ ଟ୍ରାକ୍ଟର ଟ୍ରଲିର ଉଭୟ ପାର୍ଶ୍ୱରେ ହାୱାରାର ଫଟୋ ସହିତ ଦୁଇଟି ବଡ ପୋଷ୍ଟର ଲାଗିଛି।