କନଷ୍ଟେବଳଙ୍କୁ ପ୍ରତାରଣା କରି ଫସିଲେ ରସିକିଆ ଡିଏସ୍‌ପି-shaksi news

କଳାହାଣ୍ଡି( ଏସ୍ ନ୍ୟୁଜ ): ପୁଣି ଖାକିରେ ଲାଗିଛି କଳଙ୍କ। ପ୍ରେମ, ପ୍ରତାରଣା ପରି ସଙ୍ଗୀନ ଅଭିଯୋଗରେ ଗିରଫ DSP ବାବୁ। କନଷ୍ଟେବଳଙ୍କ ସହ ପ୍ରତାରଣା କରି ଫସିଯାଇଛନ୍ତି ବରିଷ୍ଠ ପୁଲିସ୍‌ ବାବୁ। ଦିନେ ନିଜେ ଯେଉଁ ଥାନା ଦାୟିତ୍ୱରେ ଥିଲେ ଏବେ ସେହି ଥାନାରେ ଅଟକ ରହିଛନ୍ତି ଅଧିକାରୀଜଣକ।ଏଭଳି ସଙ୍ଗିନ ଅଭିଯୋଗରେ ମାଲକାନଗିରି DSP ଅକ୍ଷୟ ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ୍‌ ।

ବାବୁ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କଲେ। ହେଲେ ପରେ ଆଉ ଧରାଛୁଆଁ ଦେଇ ନ ଥିଲେ ପୁଲିସ୍‌ ବାବୁ। ଏହାପରେ ସମ୍ପୃକ୍ତ କନଷ୍ଟେବଳଙ୍କ ନାଁରେ ମିଥ୍ୟା ଅପପ୍ରଚାର କରିବାର ଅଭିଯୋଗ ମଧ୍ୟ କଲେ। କନେଷ୍ଟବଳଙ୍କ ଅଭିଯୋଗ ଆଧାରରେ ମାଲକାନଗିରି ଡିଏସପି ଅକ୍ଷୟ ନାୟକଙ୍କୁ କେସିଙ୍ଗା ପୁଲିସ୍‌ ଅଟକ ରଖିଛି ।

ସୂଚନା ମୁତାବିକ, “ଅକ୍ଷୟ ନାୟକ କେସିଙ୍ଗାରେ ଏସ୍‌ଡିପିଓ ଥିବାବେଳେ ଆମ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ୫ ବର୍ଷ ପୂର୍ବେ ଦୁହେଁ ମନ୍ଦିରରେ ବିବାହ କରିଥିଲୁ । ମୋତେ ଭଲରେ ରଖିବେ ବୋଲି କଥା ମଧ୍ୟ ଦେଇଥିଲେ। ହେଲେ ପରେ ମାନସିକ, ଶାରୀରିକ ନିର୍ଯାତନା ଆରମ୍ଭ କରିଦେଲେ। ଏପରିକି ଫେସ୍‌ବୁକ ଆକାଉଣ୍ଟକୁ ଯାଇ ଅଲଗା ଯୁବକଙ୍କ ସହ ଫଟୋ ଯୋଡ଼ି କେସିଙ୍ଗା ମାର୍କେଟରେ ମୋ ପୁଅ, ଝିଅଙ୍କ ସ୍କୁଲକୁ ପଠାଇଲେ।ଏପରି ନିର୍ଯାତନା ଅସହ୍ୟ ହେବାରୁ ନ୍ୟାୟ ପାଇଁ କଳାହାଣ୍ଡି ଏସ୍‌ପିଙ୍କୁ ଗୁହାରୀ ଜଣାଇଥିଲି ।”

ଏନେଇ ଗତ ଅକ୍ଟୋବର ୨୧ ତାରିଖରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ନିମନ୍ତେ ଗତକାଲି ମାଲକାନଗିରି ଡିଏସ୍‌ପିଙ୍କୁ କେସିଙ୍ଗା ଡକାଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିବା ଜଣାଯାଇଛି। ଅଭିଯୁକ୍ତଙ୍କୁ ଗିରଫ ସହ ନ୍ୟାୟ ଦାବି କରିଛନ୍ତି କନଷ୍ଟେବଳ।