କଟକ( ଏସ୍ ନ୍ୟୁଜ ): ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି ।ଏହି ଅଡ଼ୁଆକୁ ନେଇ ଅନୁଭବ ମହାନ୍ତି କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । ସେଠାରେ ସେ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଛନ୍ତି । ଏହା ସହ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ବି ଦାଖଲ କରିଛନ୍ତି । କୋର୍ଟ ପକ୍ଷରୁ ହାଜର ହେବା ପାଇଁ ଅନୁଭବଙ୍କୁ ନୋଟିସ୍ କରା ଯାଇଥିଲା ।
ସୂଚନା ଥାଉକି କିଛିଦିନ ହେବ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ମାମଲା ଛାଡ଼ପତ୍ର ପର୍ଯ୍ୟନ୍ତ ଯାଇଛି । ଏପରିକି ଏହି ବିବାଦ ପରେ ଏମାନଙ୍କ ସଂପର୍କ ମଧ୍ୟରେ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସଂପର୍କ ଥିବା ବି ଚର୍ଚ୍ଚା ହୋଇଛି।
ସେପଟେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲାର ଚର୍ଚ୍ଚାକୁ ଆଜି ପୁଣି ଏକ ଖୋରାକ ମିଳିଛି। ବର୍ଷାଙ୍କ ବେଡ୍ରୁମ୍ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅନୁଭବ ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି।